୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜର ବାରିପଦା ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳାକୁ ରବିବାର ଅପରାହ୍ନରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ୧୦୦ ଦିନର ପୂର୍ତ୍ତିରେ ଆୟୋଜିତ ଏହି ବିକାଶ ମେଳା ବାରିପଦା ଛଉ ପଡିଆ ଠାରେ ମହାସମାରୋହ ଏବଂ ହର୍ଷୋଲ୍ଲାସରେ ପାଳିତ ହୋଇଛି । ରାଜ୍ୟରେ ନୂତନ ସରକାର ଗଠନ ପରେ ୧୦୦ ଦିନ ମଧ୍ୟରେ ମୟୂରଭଞ୍ଜରେ ହୋଇଥିବା ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ ଏବଂ ଜନମଙ୍ଗଳକାରୀ ଯୋଜନାକୁ ଅଧିକ ରୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସରେ ଏହି ବିକାଶ ମେଳାର ଶୁଭ ଆୟୋଜନ ହୋଇଥିଲା ଏବଂ ଏହା ଆଗାମୀ ୨ଦିନ ଯାଏଁ ଚାଲିବ ।

