ହ୍ୟୁମାନ ରାଇଟ୍ସ ୟା. ଡ଼ି. ସି. ର ସାଙ୍ଗଠନିକ ବୈଠକ ଓ ବାଲେଶ୍ୱର ଜିଲ୍ଲା କମିଟି ଗଠିତ

୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲେଶ୍ୱର :-> ହ୍ୟୁମାନ ରାଇଟ୍ସ ୟା.ଡ଼ି.ସି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ମଜୁମଦାରଙ୍କ ଆହ୍ୱାନ କ୍ରମେ ଓଡିଶା ଇନଚାର୍ଜ ବିକାଶ କୁମାର ଦାସଙ୍କ ସଭପତିତ୍ୱରେ ବାଲେଶ୍ୱର ଟାଉନସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ସୁକୁମାର ରଞ୍ଜନ ପ୍ରଧାନ ଯୋଗଦେଇ ମାନବାଧିକାର ର ବିଚାରଧାରା ଓ କିପରି ଉକ୍ତ ସଂଗଠନରେ କାର୍ଯ୍ୟକରି ଏହାକୁ ଆହୁରି ଲୋକାଭିମୁଖୀ କରାଯାଇପାରିବ ତାଉପରେ ଆଲୋଚନା କରିବା ସହିତ ବାଲେଶ୍ୱର ଜିଲ୍ଲା ର ନୂତନ କମିଟି ଶ୍ରୀ ସରୋଜ କୁମାର ଲେଙ୍କାଙ୍କ ନେତୃତ୍ୱ ରେ ଗଠନ କରାଗଲା l

ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଶ୍ରୀକାନ୍ତ କୁମାର ବୁଗୁଡ଼ାଇ, ଉପ ସଭାପତି ଦୁଇ ଜଣ ଯଥାକ୍ରମେ ଜୀବନଜ୍ୟାତି ମହାପାତ୍ର ଓ ଏସ. କେ. ସାମସୁଦିନ,ସାଧାରଣ ସମ୍ପାଦକ ଏସ. କେ. ଅସଗର ଅଲି,ସମ୍ପାଦକ ପାଞ୍ଚଜଣ ଯଥାକ୍ରମେ ସନ୍ତୋଷ କୁମାର ଦାଶ,ଏସକେ ନିଜାମୁଦିନ,ଚନ୍ଦ୍ରଶେଖର ଦେ, ଲୋକନାଥ ରାଉଳ,ସୌରୋଜ ଚନ୍ଦ୍ର ସେନ, ଆଡ଼ଭାଇଜର କମିଟି ମେମ୍ବର ବିଦ୍ୟାଧର ମହାନ୍ତି,ଏସକେ ଅରଫାନଉଦିନ ଓ ବଡି ମେମ୍ବର ଭାବେ ସୁମିତ ସାଗର ଦାଶ, ଓମପ୍ରକାଶ ସାହୁ,ରିୟାସାତ ଖାନ ଓ ଏସକେ ମୋହମ୍ମଦ ପ୍ରମୁଖ ନିଯୁକ୍ତ ହୋଇ କାର୍ଯ୍ୟକ୍ରମ କରିବେ ବୋଲି ଶପଥ ନେଇଛନ୍ତି l

Exit mobile version