୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ୧୪ ଗ୍ରାମରେ ସ୍ବଚ୍ଛତା ହିଁ ସେବାର ବାର୍ତ୍ତା ନେଇ ଅଙ୍ଗନବାଡି କର୍ମୀ, ଆଶ କର୍ମୀ ସହାୟିକା ଓ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ଶୀର୍ଷ ରଂଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ୧୪ଗୋଟି ଗ୍ରାମରେ ଜନସାଧାରଣ ମାନଙ୍କୁ ଡେଙ୍ଗୁ, ମ୍ଯାଲେରିଆ ଓ ବିଭିନ୍ନ ପ୍ରକାର ରୋଗର ନିରାକରଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

