Home ଓଡ଼ିଶା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶେଷ ହୋଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶେଷ ହୋଇଛି । ଆବଶ୍ୟକୀୟ ଅତ୍ଯାଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର କରାଯାଇ ଏହି ପରୀକ୍ଷଣ ଓ ସର୍ବେକ୍ଷଣ କରାଯାଇଛି । ଗତକାଲି ପ୍ରାୟ 4 ଘଣ୍ଟା ଧରି ଏହି ସର୍ଭେ କରାଯାଇଥିବା ବେଳେ ଆଜି ମଧ୍ୟ ପ୍ରାୟ 4 ଘଣ୍ଟା ଧରି ସର୍ଭେ କରାଯାଇଥିଲା । ଦୁଇଦିନ ଧରି ଚାଲିଥିବା ଏହି ସର୍ଭେ ପରେ ଏ.ଏସ.ଆଇର ରିପୋର୍ଟକୁ ଅପେକ୍ଷା କରାଯିବ । ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏ.ଏସ.ଆଇର ସର୍ଭେ ପାଇଁ 3 ଦିନ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା ଏବଂ ଦର୍ଶନ କଟକଣା ଥିଲା । ତେବେ ଆଜି ଏ.ଏସ.ଆଇର ସର୍ଭେ ସରିଯାଇଥିବାରୁ ଆସନ୍ତାକାଲି ତା 23-09-24ରେ ଆଉ କଟକଣା ରହିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଗତକାଲି ପରେ ଏ.ଏସ୍.ଆଇ ପକ୍ଷରୁ ଆଜି ପୁଣିଥରେ ରତ୍ନଭଣ୍ଡାରର ସର୍ଭେ କରାଯିବାକୁ ଥିବାରୁ ବିଶେଷ ନୀତି ନିର୍ଘଣ୍ଟ ହୋଇଥିଲା । ରାତି 2 ଘ 40 ମିନିଟ୍ ସମୟରେ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିବା l ଧାର୍ଯ୍ୟ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1 ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଥିଲା । ନିର୍ଧାରିତ ସମୟରେ ମିଳିତ ଟିମ ବୈଷୟିକ ଉପକରଣ ସହ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ସନ୍ଧ୍ୟା ପ୍ରାୟ 5 ଟା 50ରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା । ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏ.ଏସ.ଆଇ ପକ୍ଷରୁ ବୈଷୟିକ ସର୍ଭେ କରାଯାଇଛି । ମାର୍ଗଦର୍ଶିକା ଅନୁସାରେ, ରତ୍ନଭଣ୍ଡାରର କୌଣସି ଅଦୃଶ୍ୟ ଚାମ୍ବର, ଜିନିଷ ରଖିବା ସ୍ଥାନ, ଭୂମିତଳେ ସୁଡଙ୍ଗ ଆଦିର ସମ୍ଭାବନାକୁ ନଜରରେ ରଖି ଏହି ସର୍ଭେ ଅନୁଷ୍ଠିତ ହୋଇଛି । ସି.ଏସ୍.ଆଇ.ଆର୍-ଏନ.ଜି.ଆର୍.ଆଇ. ପକ୍ଷରୁ ଚୂଡାନ୍ତ ବୈଷୟିକ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ରାଜ୍ୟ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏ.ଏସ୍.ଆଇ ଦ୍ବାରା ଅନୁଷ୍ଠିତ ହେବ । ଏହି ମରାମତି କାର୍ଯ୍ଯ ଶେଷ ହେବା ପରେ ଅଳଙ୍କାର ଗଣତି ତଥା ମଣତି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଏବେ ଷୋଳପୂଜା ତଥା ପରେ ପରେ କାର୍ତ୍ତିକ ମାସ ନୀତି ବହୁଳ ଥିବାରୁ ପରବର୍ତ୍ତୀ ପ୍ରତ୍ୟେକଟି ସୋପାନରେ ଆବଶ୍ୟକ ଅନୁସାରେ ସମ୍ପୃକ୍ତ ସେବକଙ୍କ ସହ ଆଲୋଚନା ମଧ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଜଣାଇଛନ୍ତି । ସମଗ୍ର ପ୍ରକ୍ରିୟାରେ ସହଯୋଗ ସକାଶେ ଭକ୍ତଗଣ, ସେବକ, ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ, ଏ.ଏସ୍.ଆଇର ବୈଷୟିକ ଟିମ୍, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲା ଏବଂ ପୋଲିସ୍ ପ୍ରଶାସନ ଅଧିକାରୀ/କର୍ମଚାରୀ, ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟ ପ୍ରଶାସକ । ସେହିପରି ସର୍ଭେ ସମୟରେ କଟକଣା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନରୁ ସାମୟିକ ବଂଚିତ ହୋଇଥିବା ଅଗଣିତ ଭକ୍ତଗଣଙ୍କୁ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ଷମା ପ୍ରାର୍ଥନା କରିଛନ୍ତି । ପୂର୍ବରୁ ଗତ 18 ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାର୍ଯ୍ୟ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସି.ଏସ.ଆଇ.ଆର୍-ଏନ.ଜି.ଆର.ଆ ର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ । ରାଡାର୍ ପେନିଟ୍ରେଟିଂ ସିଷ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ସେପଟେମ୍ବର 24 ତାରିଖ ଠାରୁ ଷୋଳ ପୂଜା ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବା ପୂର୍ବରୁ ବାକି ଥିବା ସର୍ଭେ ଶେଷ କରି ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଗୁରୁତ୍ବରୋପ କରି ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ । ତଦନୁସାରେ, 21 ତାରିଖରୁ ପୁଣିଥରେ ସର୍ଭେ କରାଯିବାକୁ ସ୍ଥିର ହୋଇଥିଲା। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ଜୁଲାଇ 14 ଏବଂ ଜୁଲାଇ 18 ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରିତ ହୋଇଥିଲା । ପରେ ଅଗଷ୍ଟ 23 ତାରିଖ ଦିନ ଉଭୟ ବାହାର ତଥା ଭିତର ରତ୍ନଭଣ୍ଡାରର ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇଥିଲା । ଏହାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା l ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇ କୁ ଅନୁରୋଧ କରାଯାଇଥିଲା l ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସର୍ଭେ ସମୟରେ ପ୍ରଭାବିତ ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026