୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍କୁଲ୍ ପରିସରରେ ୬୮ ତମ ରାଜ୍ୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ତା ୨୨ ରିଖ ରୁ ତା ୨୬ ରିଖ ପଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ପରିଚାଳିତ ହେବ । ଏଥିରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ କ୍ରୀଡ଼ା ହିଁ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚତମ ସୋପାନରେ ଉପନୀତ କରାଇବାର ଶ୍ରେଷ୍ଠ ମାଧ୍ଯମ ବୋଲି ମତବ୍ୟକ୍ତ କରିଥିଲେ ଓ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ,ପୁରୀ ସୁନୀଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ପୁରୀ କୈଳାସ ଚନ୍ଦ୍ର ନାୟକ ,

