୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁସ୍ତକ ପାଠ ରୁ ଜ୍ଞାନ ଆହରଣ ହୋଇଥାଏ ମାତ୍ର ପ୍ରତ୍ୟେକ୍ଷ ଜ୍ଞାନ ଅର୍ଜନ ପାଇଁ ଅନୁଭୂତି ଦରକାର ହୋଇଥାଏ ବୋଲି ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱାରିକାନାଥ ବିଶ୍ଵାଳ ଛାତ୍ରଛାତ୍ରୀ ଙ୍କ ବ୍ୟବସାୟ ପ୍ରତିଷ୍ଠାନ ଭ୍ରମଣ ଅବସରରେ ପ୍ରକାଶ କରିଥିଲେ । ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା (ରିଟେଲ୍) ର ନବମ ଓ ଦଶମ ଶ୍ରେଣୀର 70 ଜଣ ଛାତ୍ରଛାତ୍ରୀ ତାଲିମ୍ ନେବା ପାଇଁ ପୁରୀ ର ବିଭିନ୍ନ ବାଣିଜ୍ୟକ ପ୍ରତିଷ୍ଠାନ ପରିଦର୍ଶନ ରେ ଆସିଥିଲେ ।
