୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଧ୍ବଂସାଭିମୂଖି ପୃଥିବୀ । ତାହା ପୁଣି ମନୁଷ୍ୟକୃତ । ମାନବ ସମାଜର ଉତ୍ଥାନ ସହିତ, ଅତିବୁଦ୍ଦି ସମ୍ପର୍ଣ୍ଣ ମନୁଷ୍ୟ ଧରିତ୍ରୀ ମାତା ଉପରେ କରିଚାଲିଛି ଅତ୍ୟାଚାର । ଫଳତଃ ବିନଷ୍ଟ ହେଉଛି ପରିବେଶ, ଧ୍ବଂସ ହେଉଛି ଜୈବ ବିବିଧତା ଓ ଲୋପ ହେଉଛି ସବୁଜ ବନାନୀ । ଯଦି ମନୁଷ୍ୟ, ପ୍ରକୃତି ଉପରେ ଏହିପରି ଅତ୍ୟାଚାର କରିଚାଲେ ତେବେ, ଆଉ ଅଳ୍ପ କେତେବର୍ଷ ମଧ୍ୟରେ ଆମ ସବୁଜ ଗ୍ରହ ପୃଥିବୀ ଏକ ଉତପ୍ତ ଗ୍ରହରେ ପରିଣତ ହେବା ସହିତ ଧ୍ବଂସ ପାଇଯିବ ଜୀବ ଜଗତ ।
