ନୂଆପାଟଣା ଗଣେଶ ମୂର୍ତ୍ତି ବିଷର୍ଜନ ଶାନ୍ତିଶୃଙ୍ଖଳାରେ ଶେଷ

୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  କଟକ ସଦର ଥାନା ଅଞ୍ଚଳରେ ଆଜି ଦିତୀୟ ପର୍ଯ୍ୟାୟ ଗଣେଶ ମେଢ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଭଷାଣୀ ସମାରୋହରେ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆପାଟଣା ଗ୍ରାମର ମା, କୋଚିଲେଇ ଗଣେଶ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଗଣେଶ ମେଢ଼ ସାହି ପରିକ୍ରମା କରିଥିଲା ।

ପାରମ୍ପରିକ ବାଜା ବାଣ ରୋଷଣୀର ତାଳେତାଳେ ଛୋଟ ପିଲାମାନେ ନାଚିକୁଦି ଶାନ୍ତି ଶୃଙ୍ଖଳାର ସହିତ ଭଷାଣୀ ଶୋଭା ଯାତ୍ରାରେ ଯାଇଥିଲେ । ଥାନା ଅଧିକାରୀଙ୍କ ନିୟମକୁ ମାନି ଭଷାଣୀ କାର୍ଯ୍ୟ ରାତି ସାଢ଼ ୯ ଟାରେ ସମାପନ ହୋଇଥିଲା ।

ସୌମ୍ୟରଞ୍ଜନ ପତି, ସଞ୍ଜୟକୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଭଷାଣୀ ଶୋଭାଯାତ୍ରାରେ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତିମାନେ ସାମିଲ ହୋଇ ଭଷାଣୀ କାର୍ଯ୍ୟକୁ ଶୃଙ୍ଖଳିତ କରିଥିଲେ । ଏହି ଭଷାଣୀ ଶୋଭାଯାତ୍ରାରେ ମା, କୋଚିଲେଇ ଗଣେଶପୂଜା କମିଟିର ସମସ୍ତ କର୍ମକର୍ତ୍ତା, ଯୁବକ ମାନେ ଉପସ୍ଥିତ ରହି ଭଷାଣୀ କାର୍ଯ୍ୟକୁ ସୁରୁଖୁରୁରେ ସମାପନ କରିଥିଲେ ।

Exit mobile version