୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଅଦ୍ୟ ନୟାଗଡ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭାରତ ବିକାସ ପରିଷଦ, ନବଗଡ ଶାଖା ତରଫରୁ ଜିଲ୍ଲା ସ୍ତରୀୟ “ଭାରତ କୁ ଜାଣ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆ, ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ସାହୁ, ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟ, ସଂସ୍କାର ସଚିବ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ କନିଷ୍ଠ ବର୍ଗ ରେ ୧୩ ଟି ବିଦ୍ୟାଳୟ ଓ ବରିଷ୍ଠ ବର୍ଗରେ ୧୭ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ l
