ଇଷ୍ଟ କୋଷ୍ଟ ରେଲୱେ ଭଲିବଲ୍ ଲିଗ୍ ଅନୁଷ୍ଠିତ 

୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା ଭଲି ବଲ୍ ଲିଗ୍ ମ୍ୟାଚ୍,ସ୍ୱଚ୍ଛତା ହିଁ ସେବା ଅନ୍ତର୍ଗତ“ଏକ ଶୂନ୍ୟ ବର୍ଜ୍ୟବସ୍ତୁ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି । ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା) ଖୋର୍ଦ୍ଧାରୋଡ୍ ଦ୍ୱାରା, ଚାଲୁଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସମୟରେ, ସ୍ୱଚ୍ଛତା ଦିଗରେ ଏକ ପଦକ୍ଷେପ ନିଆଯାଇଛି। “ଏକ ଶୂନ୍ୟ ବର୍ଜ୍ୟବସ୍ତୁ କାର୍ଯ୍ୟକ୍ରମ” ଅନ୍ତର୍ଗତ ରେଳବାଇ ଷ୍ଟାଡିୟମର, ଭଲି ଭଲ୍ କମ୍ପ୍ଲେକ୍ସରେ, ଭଲି ଭଲ୍ ଲିଗ୍ ମ୍ୟାଚ୍ ଆୟୋଜନ କରାଯାଇଛି । ଇଷ୍ଟକୋଷ୍ଟ ରେଳବାଇର ଭେଟେରାନ୍ ଖେଳାଳି ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଜଟଣୀ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଇଥିଲା ।

ସେଣ୍ଟୁରିଆନ୍ ୟୁନିଭରସିଟିର ଚାମ୍ପିଅନ,ଏହି ମ୍ୟାଚ୍ ଜିତିଥିଲେ । ଏକ ଶୂନ୍ୟ ବର୍ଜ୍ୟବସ୍ତୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, କାର୍ଯ୍ୟକ୍ରମ ପୂର୍ବରୁ, କାର୍ଯ୍ୟକ୍ରମ ସମୟରେ ଏବଂ ପରେ, କ୍ରୟ, ବ୍ୟବହାର ଏବଂ ସେମାନଙ୍କର ପରବର୍ତ୍ତୀ ନିଷ୍କାସନର, ବର୍ଜ୍ୟବସ୍ତୁକୁ ସମ୍ପୁର୍ଣ୍ଣ ଭାବରେ ହ୍ରାସ କରିବା । ଏହି ଅନ୍ତର୍ଗତ କରାଯାଇଥିବା ସର୍ବସାଧାରଣ କାର୍ଯ୍ୟକ୍ରମ ସର୍ବନିମ୍ନ ପରିମାଣର ବର୍ଜ୍ୟବସ୍ତୁ ଉତ୍ପାଦନ କରିବ ଏବଂ ସେମାନଙ୍କର ନିରାପଦ ନିଷ୍କାସନକୁ ସୁନିଶ୍ଚିତ କରିବ ।

ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ମ୍ୟାଚ ସମୟରେ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ୱଚ୍ଛତା ଆୟୋଜନ କରାଯାଇଛି । ଭଲି ବଲ୍ ଲିଗ୍ ମ୍ୟାଚ୍ ରେ ବିଭିନ୍ନ ପରିବେଶ ଅନୁକୂଳ ପଦକ୍ଷେପ ନିଆଯାଇଛି । ଯେମିତି କି କାଗଜ କପ୍, କାଗଜ ପ୍ଲେଟ୍ ବ୍ୟବହାର କରିବା,ପ୍ଲାଷ୍ଟିକ ଫୁଲ ରେ ନିର୍ମିତ କୌଣସି ସାଜସଜ୍ଜା ବ୍ୟବହାର ନ’ କରିବା ଏବଂ ଉତ୍ପାଦିତ ସର୍ବନିମ୍ନ ବର୍ଜ୍ୟବସ୍ତୁକୁ ସଠିକ୍ ନିଷ୍କାସନ କରିବା ଇତ୍ୟାଦି । ଏହି ଶୂନ୍ୟ ବର୍ଜ୍ୟବସ୍ତୁ କାର୍ଯ୍ୟକ୍ରମକୁ କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ଆୟୋଜନ କରିଛନ୍ତି ।

Exit mobile version