କନ୍ଧମାଳ ଜିଲ୍ଲାର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ଦୂର କରିଵା ପାଇଁ ସାମ୍ବାଦିକ ସମ୍ମିଳନୀ  

୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ ଜିଲ୍ଲା :-> ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ସଂଘର ଉପଦେଷ୍ଟା ନୀଳମାଧବ ସାହୁ, ମାନସ ରଞ୍ଜନ ଆଚାରୀ, ସରୋଜ କୁମାର ନାୟକ ଓ ରାଜ୍ୟ ସଂଘର ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ଅଦକ୍ଷ୍ୟ ତାରେ କନ୍ଧମାଳ ଜ଼ିଲ୍ଲାର ଆଉଟ ସୋର୍ସିଙ୍ଗ କର୍ମୀ ଚାରି ମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ର ସମାଧାନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ l ଯେ ବହୁବାର ଶାନ୍ତିପୂର୍ଣ୍ଣ ଧର୍ମଘଟ ପରେ ପୂର୍ବତନ ରାଜ୍ୟ ସରକାର କର୍ମଚାରୀ ମହାସଂଘକୁ ପ୍ରତିସ୍ତୁତି ଦେଇଥିଲେ ଯେ ଖୁବ ଶୀଘ୍ର ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ କରାଯିବ କିନ୍ତୁ

ନ୍ୟାୟ ପ୍ରଦାନ ପରିବର୍ତ୍ତେ ଯେଉଁ ସମୟରେ ବିଶ୍ବ ମହାମାରୀ କୋଭିତ ଆକ୍ରମଣରେ ସାରା ବିଶ୍ବ ଆକ୍ରାନ୍ତ ହେଲାବେଳେ ଏହି ଆଉଟ ସୋର୍ସିଙ୍ଗ କର୍ମଚାରୀ ଦିନରାତି ପରିଶ୍ରମ କରି ଧନ, ଜୀବନ ରାଷ୍ଟ୍ରୀୟ ସମ୍ପତିର ସୁରକ୍ଷାରେ ଲିପ୍ତ ଥିଲାବେଳେ କୌଣସି କାରଣ ନଥାଇ ବିଭିନ୍ନ ବିଭାଗରେ ୬ ରୁ ୧୬ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହ ସେବା ଯୋଗାଇ ଥିବା କର୍ମଚାରୀ ମାନଙ୍କୁ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ କଲେ । ଗୃହ ବିଭାଗ ଅତ୍ୟନ୍ତ ଆମାନୁଷିକ ଭାବରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ଉପରେ ଏକ ନିଷେଧାଦେଶ ଜାରିକଲେ ।

ପରିଣାମ ସ୍ଵରୂପ ରାଜ୍ୟରୁ ପ୍ରାୟ ଚାରି ହଜାରରୁ ଅଧିକ କର୍ମଚାରୀଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ କଲେ । ଗୋଟିଏ ପଟେ ଛଟେଇ ଓ ଅନ୍ୟ ପଟେ ମହଙ୍ଗା ବଜାରରେ ମାତ୍ର ୨୫% ଦରମା ବୃଦ୍ଧି ଘୋଷଣା କଲେ ଯାହା ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଆଜି ଯାଏ ମିଳିଲା ନାହିଁ ଏବଂ ଏହି ବର୍ଗ ମଜୁରିଆ ମାନ୍ୟତା ଦେଇ ଏହି ସୁବିଧାରୁ ବଞ୍ଚିତ କରାଗଲା l ଏପରିକି ଏହାସହ କୌଣସି ମୌଳିକ ସୁବିଧା ଯଥା ୩୦ଦିନର ଦରମା ଛୁଟିରୁ ବି ବଞ୍ଚିତ ହେଲେ ।

ଏହି ସମସ୍ୟାର ସମାଧାନ ପାଇଁ ମହାସଂଘ ପୂର୍ବତନ ସରକାର ଙ୍କ ନିକଟରେ ଦାବୀ କରିଆସୁଥିଲେ ସୁଦ୍ଧା ସରକାର କର୍ଣ୍ଣ ପାତ କରିଲେ ନାହିଁ ବୋଲି ନିଜ ନିଜ ବକ୍ତବ୍ୟ ମତ ପ୍ରକାଶ କରିଥିବା ବେଳେ l ଖୋଦ ନୂତନ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବାବେଳେ ଏହି ଅସହାୟ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଉଭୟ ବିଧାନ ସଭାରେ ବାହାରେ ମଧ୍ୟ ଦୃଢ ଦାବୀ ଉପସ୍ଥାପନ କରିଥିଲେ ସୌଭାଗ୍ୟକୁ ସେଦିନର ବିରୋଧୀ ଦଳର ମୁଖ୍ୟ ସଚେତକ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଛନ୍ତି I

ଆଶା ରଖୁଛୁ ଏବେ ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ବିଚାର କରି ଅସହାୟ ଆଉଟସୋସିଂ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ମହାସଙ୍ଗ ଆଶା ରଖିଛନ୍ତି ଏଂବ ଯେତେବେଳେ ରାଜ୍ୟରେ ଖଣିଖାଦାନ,ଶିଳ୍ପ ସରକାରୀ ତଥା ଅର୍ଦ୍ଧ ସରକାରୀ ସଂସ୍ଥାରେ ନିଯୁକ୍ତି ସୁଯୋଗ ନଥିଲା , ସେତେବେଳେ ରାଜ୍ୟର ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଏଭଳି ଏକ କୁଶ୍ଚିତ ଶୋଷଣକାରୀ ବ୍ୟବସ୍ଥାକୁ ଆପଣେଇ ନେଇଥିଲେ ।

ପ୍ରତ୍ୟେକଙ୍କ ମନରେ ଆଶା ଥିଲା ରାଜ୍ୟର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେଲେ ସରକାର କିଛି ପଦକ୍ଷେପ ନେବେ । କାରଣ ଅତୀତରେ ୮୯ ଦିନ କାମକରି ଗୋଟିଏ ଆଦେଶରେ ପୁରା ଗ୍ରୁପ -ସି ଓ ଗ୍ରୁପ -ଡି କର୍ମଚାରୀ ଭାବେ ସ୍ଥାୟୀ ହୋଇଯାଉଥିଲେ। ଏଣୁ ରାଜ୍ୟମହାସଂଘର କର୍ମକର୍ତ୍ତା ମାନେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ଛଟେଇ କର୍ମଚାରୀ ମାନକୁ ପୁନଃ ନିଯୁକ୍ତି ସହ ଡେଲି ଓଜେସ୍ କର୍ମଚାରୀଙ୍କୁ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଭଳି ସମାନ ସୁବିଧା ପ୍ରଦାନ କରିବା ସହ

ସମସ୍ତ ବର୍ଗର ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବ ନିମ୍ନ ଦରମା ସହ ଚାକିରୀ ର ନିରାପତ୍ତା ପାଇଁ ରାଜ୍ୟ ସଙ୍ଘ ର ଉପସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟ୍ୟମରେ ସରକାର ଙ୍କୁ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜ଼ିଲ୍ଲା ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘ ର ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ ଙ୍କ ସମେତ ଜ଼ିଲ୍ଲା ର ବିଭିନ୍ନ ବିଭାଗ ର ସଂଗ୍ରାମୀ ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ l

Exit mobile version