ବାଘ ଖେଳାଉଛି ଆତଙ୍କ ଭୟରେ ଛାନିଆ ଗ୍ରାମବାସୀ

୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :-> ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅଧୀନରେ ଥିବା ମା ପାଣ୍ଡବl ଶୁଣି ମନ୍ଦିର ସୁଳିଆ ଜଙ୍ଗଲ ପାଦଦେଶ ଅବସ୍ଥିତ l ଉକ୍ତ ମନ୍ଦିର ଦର୍ଶନ ଓ ବଣଭୋଜି କରିବା ପାଇଁ ଏଠାକୁ ପର୍ଯ୍ୟଟକ ମାନଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଏବେ ବାଘ ଡରରେ ଲୋକେ ଆତଙ୍କିତ l ଭୟଭିତରେ ଆଖପାଖ ଗ୍ରାମାଞ୍ଚଳ ସ୍ଥାନୀୟ ବାସିନ୍ଦା, ଏକ ଷଣ୍ଢକୁ ମାରି ଘୋଶାରି ଘୋଷାରି ନେଇ ତାର ମାରିବା ପରେ ଶରୀରଏକ ଗୋଡ କୁ ଖାଇ ଦେଇଛି ବାଘ ।

ଜଙ୍ଗଲ ର ବିଭିନ୍ନ ସ୍ଥାନରେ ଓ ମୃତ ଷଣ୍ଢ ନିକଟରେ ବାଘ ର ପାଦ ଚିହ୍ନ ପଡ଼ି ରହିଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଜଙ୍ଗଲ ଟି ଟାଙ୍ଗୀ ଫରେଷ୍ଟ ବିଭାଗ ଅଧିନସ୍ତ ସଲପଡିହ ବିଟ୍ ହାଉସ ଅଞ୍ଚଳରେ ହୋଇଥିବା ବେଳେ ଏକ ବାଘ ଜଙ୍ଗଲ ମଧ୍ୟକୁ ପଶି ଆସିଥିବାର ଖବର ପାଇ ବିଟ୍ ହାଉସ୍ ର କର୍ମକର୍ତ୍ତା ଶୁଳିଆ ଜଙ୍ଗଲ ରେ ବୁଲି ବିଭିନ୍ନ ସ୍ଥାନରୁ ପାଦ ଚିହ୍ନ ଥିବା ଦେଖି ତାର ଫଟୋ ଉଠାଇଥିଲେ ।

ତା ପର ଦିନ ଜଙ୍ଗଲ ମଧ୍ୟରେ ଏକ ଷଣ୍ଢ କୁ କିଏ ମାରି ଦେଇଥିବାର ସ୍ଥାନୀୟ କିଛି ଲୋକଙ୍କ ଠାରୁ ଖବର ପାଇ ଫରେଷ୍ଟ ବିଟ୍ ହାଉସ୍ କର୍ମକର୍ତ୍ତା ଜଙ୍ଗଲ ମଧ୍ୟକୁ ଯାଇଥିଲେ । ଷଣ୍ଢ ମରି ପଡିଥିବା ସ୍ଥାନରେ ପହଞ୍ଚି ସେଠାରେ ଏକ ବାଘର ପାଦ ଚିହ୍ନ ଦେଖିବାକୁ ପାଇବା ସହ ସେହି ବାଘ ଟି ଷଣ୍ଢ ଟିକୁ ମାରିଚି ବୋଲି ଜାଣିବାକୁ ପାଇଥିଲେ । ଜଙ୍ଗଲ ଅଭିମୁଖେ ନ ଯିବା ପାଇଁ ଲୋକଙ୍କୁ ସତର୍କ କରିଛି ବନବିଭାଗ ।

ବାଘ ଟି ଭଞ୍ଜନଗର ଜଙ୍ଗଲ ରୁ ଉକ୍ତ ଜଙ୍ଗଲକୁ ଆସିଛି ଓ ଏହା ଏକ ମହାବଳ ବାଘ ହୋଇଥିବାର ଅନୁମାନ କରାଯାଉଛି । ସ୍ଥାନୀୟ ଜଙ୍ଗଲରେ ବାଘର ଏପରି ଆତଙ୍କ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ଥିବା ବେଳେ ଜଙ୍ଗଲ ରୁ ବାଘ କୁ ଘଉଡାଇବା ପାଇଁ ସ୍ଥାନୀୟ ବାସିନ୍ଦା ଫରେଷ୍ଟ ବିଭାଗକୁ ଦାବି କରୁଛନ୍ତି l କିନ୍ତୁ ବାଘଟିର ଗତିପଥ କେଉଁଆଡେ ତାହା ଜଣା ପଡ଼ିନାହିଁ l ଏହାରି ଉପରେ ତୀକ୍ଷ୍ଣ ନଜର ରଖିଛି ବନବିଭାଗ l

Exit mobile version