ଅସ୍ମିତା ନାଁରେ ସେମାନେ ରାଜ୍ୟ ଶାସନର ଦୁଇ ମୁଖ୍ୟ ପଦ ଯଥା ଡିଜିପି ଓ ମୁଖ୍ୟ ଶାସନ ସଚିବ ଦୁଇ ଅଣଓଡିଆ ଅଫିସରଙ୍କ ହାତକୁ ଟେକି ଦେଇଛନ୍ତି ।
ଅସ୍ମିତା ଓ ବିକାଶର ନାରା ଦେଇ ରାଜ୍ୟରେ ଶାସନକୁ ଆସିଥିବା ବିଜେପି ସରକାର ଏକ ବିଫଳ ଓ ପ୍ରତାରଣାର ସରକାର ବୋଲି ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି । ବିଜେପିର ଏହି ୧୦୦ ଦିନ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିବା ସହ ସାଧାରଣ ଲୋକଙ୍କ ଜୀବନଯାପନ ଦୁର୍ବିସହ ହୋଇଯାଇଛି । ଅସ୍ମିତା ନାଁରେ ସେମାନେ ରାଜ୍ୟ ଶାସନର ଦୁଇ ମୁଖ୍ୟ ପଦ ଯଥା ଡିଜିପି ଓ ମୁଖ୍ୟ ଶାସନ ସଚିବ ଦୁଇ ଅଣଓଡିଆ ଅଫିସରଙ୍କ ହାତକୁ ଟେକି ଦେଇଛନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ । ତେବେ ଏହି ସରକାର ସମୟରେ ଓଡ଼ିଶାର ବିକାଶ ଦୁଇ ପାଦ ପଛକୁ ଯିବ ବୋଲି ବିଜେଡି ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଏହି ୧୦୦ ଦିନରେ ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା ବୋଲି କହି ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।
