୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ଅଧିନସ୍ଥ ତରକୋର ଗ୍ରାମ ପଞ୍ଚାୟତର ବାଲିକପିଳେଶ୍ବର ସ୍ଥିତ ମେଡିକାଲ ଠାରେ ବନବିଭାଗ ପକ୍ଷରୁ ବାଲିକପିଳେଶ୍ବର ବନ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ମାଧ୍ୟମରେ କରା ନ ଯାଇ ବେଆଇନ ଭାବେ ବନ ବିଭାଗ ପୁରୁଣା କମିଟିକୁ ପୁନଃ ଅବସ୍ଥାପିତ କରିବା ଘଟଣାକୁ ନେଇ ସୁରକ୍ଷା କମିଟିର କିଛି ସଭ୍ୟ, ବୁଦ୍ଧିଜୀବୀ ଓ ପରିବେଶବିତ ମାନେ ନାପସନ୍ଦ କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଖବରରୁ ପ୍ରକାଶ ଯେ ଗତ ୨୦୨୪ ମସିହା ଏପ୍ରିଲ ମାସ ଠାରୁ ବାଲିକପିଳେଶ୍ବର ଇଡିସି କମିଟିର ୩ବର୍ଷ କାର୍ଯ୍ୟ ଅବଧି ଶେଷ ହେବା ପରେ କୋଣାର୍କ ବନବିଭାଗ ପକ୍ଷରୁ ନୋଟିସ ମାଧ୍ୟମରେ ଇଡିସି ଅଧିନସ୍ଥ ୧୪ ଗୋଟି ଗ୍ରାମର ବନ ସୁରକ୍ଷା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ନୂତନ ଇଡିସି କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ପାଇଁ ଅବଗତ କରାଯାଇଥିଲା। ଏହି ନୋଟିସ ଜାରି ହେବାର ୧୫ଦିନ ମଧ୍ୟରେ ନୂତନ କମିଟି ଗଠନ ନେଇ କୌଣସି ମତାମତ ନ ଆସିବାରେ କୋଣାର୍କ ବନବିଭାଗ ପକ୍ଷରୁ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କରାଯାଇଥିଲା।
