
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଚଳିତ ବର୍ଷ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ 2024-25, ମଣ୍ଡଳ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଗୋପ ଶିକ୍ଷା ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଟି ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ଏହାକୁ ଆନୁଷ୍ଠାନିକ ଭାବେ ଗୋପ ମଣ୍ଡଳ ଶିକ୍ଷାଧିକାରୀ ଙ୍କ ଦ୍ଵାରା ଉଦଘାଟିତ କରାଯାଇଥିଲା l ଏହା କାର୍ଯ୍ୟକ୍ରମ ଦ୍ଵାରା ବିଦ୍ୟାର୍ଥୀର ସୃଜନୀଶକ୍ତି, ଚିନ୍ତନ ଓ ପ୍ରତିଭା ପ୍ରଦର୍ଶନର ବଳିଷ୍ଠ ମାଧ୍ୟମ ରୂପେ ବିବେଚିତ ହୋଇଥାଏ। ପ୍ରବନ୍ଧ, ଲିଖନ, ବକ୍ତୃତା, ଚିତ୍ରାଙ୍କନ, ସଂଗୀତ ଜ୍ଞାନ ବିଜ୍ଞାନ ଆଦି ବିଷୟରେ କିପରି ଆଗ୍ରହ ପ୍ରକାଶ ପାଇବ ସେଥିପାଇଁ ପ୍ରତିଯୋଗିତା ହୋଇଥିଲା l ଏହି ପ୍ରତିଯୋଗିତା ଦ୍ଵାରା ପ୍ରତିଯୋଗୀଙ୍କର ବୌଦ୍ଧିକ ପ୍ରଗତିକୁ ତ୍ବରାନ୍ବିତ କରିଥାଏ ବୋଲି ଉପସ୍ଥିତ ବିଶିଷ୍ଟ ଶିକ୍ଷାବିତି ମାନେ ମତବ୍ୟକ୍ତ କରିଥିଲେ ।

