ବାରହା ଆକ୍ରମଣ ସରକାରୀ ସହାୟତା ଦାବି କଲେ ପରିବାର

୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ଗ୍ରାମ ର ନଟବର ସେନାପତି ଙ୍କ ପୁଅ ଭଗବାନ ସେନାପତି (୫୭ ବର୍ଷ)ନିଜ ସ୍ତ୍ରୀ , ଦୁଇ ପୁଅ ଙ୍କ ସହ ଦିନ ମଜୁରିଆ ଏବଂ କିଛି ଚାଷ କରି ପରିବାର ପୋଷଣ କରିଥାନ୍ତି।ଗତକାଲି ରାତ୍ର ପ୍ରାୟ ୧୦ ଟା ସମୟରେ ଭଗବାନ ସେନାପତି ଆଖୁ କିଆରିକୁ ଯାଇଥିବା ବେଳେ ଜଙ୍ଗଲ ରୁ ଆସିଥିବା ବାରହା ହଠାତ୍ ଭଗବାନ ଙ୍କୁ ଆକ୍ରମଣ କରିଥିଲା।ଭଗବାନ ତଳେ ପଡିଯିବାରୁ ଭଗବାନ ଙ୍କ ଗୋଡ଼ କୁ ବାରହା କାମୁଡି ଚାଲିଥିଲା ।

ଭଗବାନ ଜୀବନ ବିକଳରେ ଚିତ୍କାର କରିବା ଦ୍ଵାରା ଗ୍ରାମ ର କିଛି ଲୋକ ଶବ୍ଦ ଶୁଣି ବିଲକୁ ଧାଇଁ ଆସିବା ଦ୍ଵାରା ବାରହା ଟି ଚାଲିଯାଇଥିଲା।ସେଠାରୁ ଭଗବାନ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ଗାଡି ଭଡ଼ା କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ସେଠାରେ ଗୁରୁତର ଭଗବାନ ଙ୍କୁ ଚିକିତ୍ସା କରାଯାଇଥିଲା । ତେବେ ଭଗବାନ ଙ୍କ ଗୋଡ଼ ଏବଂ ଜଂଘ ଗୁରୁତର ଆଘାତ ହୋଇଥିବାରୁ ସେ କିଛି ମାସ କୌଣସି କାର୍ଯ୍ୟ କରିପାରିବେ ନାହିଁ ।

ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ପରିବାର ପୋଷଣ କିପରି ହେବ ତାହା ଭଗବାନ ଙ୍କୁ ଚିନ୍ତା ରେ ପକାଇଛି।ତେଣୁ ଏଭଳି ପରିସ୍ଥିିତି ରେ ସରକାରୀ ସହାୟତା ଦାବି କରିଛନ୍ତି ଭଗବାନ ସେନାପତି ଓ ତାଙ୍କ ପରିବାର।ଆଜି ଭଗବାନ ଙ୍କୁ ବାରହା ଆକ୍ରମଣ କଲା କାଲି ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ଯେ ଆକ୍ରମଣ ନ କରିବ ତାହା କହିହେବ ନାହିଁ।ତେଣୁ ଏହି ସମସ୍ୟା ପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ଜନ ସାଧାରଣ ରେ ଦାବି ହୋଇଛି ।

 

Exit mobile version