ମୋହନା ବ୍ଲକ ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଉନ୍ନୟନ ମୂଳକ କାର୍ଯ୍ୟ କଲେ ପରିଦର୍ଶନ

୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ବ୍ଲକ ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ। ମୋହନା ବ୍ଲକ ଗସ୍ତରେ ଆସି ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ । ରାଜସ୍ବ କମିଶନର ରୂପା ରୋସନ ସାହୁ ଚନ୍ଦ୍ରଗିରି ଏବଂ ବାଘମାରି ସହ ଲବାରସିଂ ଏବଂ ଆକିଲୀ ଅଞ୍ଚଳ ବୁଲି ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ ସହ ବିଦ୍ୟାଳୟ ପରିଚାଳନା କମିଟି,

ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଙ୍କ ସହ ବିଶଦ ଭାବେ ଆଲୋଚନା କରିଥିଲେ । ଏହା ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଏକୋ ଟୁରିଜିଅମ୍ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ସହ ଆଲୋଚନା କରିଥିଲେ । ରାଜସ୍ବ କମିଶନର ଙ୍କ ସହ ଜିଲ୍ଲାପାଳ ବିଜୟ କୁମାର ଦାସ, ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଦିଲୀପ କୁମାର ବେହେରା, ବିଡିଓ ରାଜୀବ ଦାସ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version