Home ଓଡ଼ିଶା ନାହିଁ ନାହିଁରେ ଚାଲିଛି ଗୁଲୁବା ପଞ୍ଚାୟତ ହାଇସ୍କୁଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ନାହିଁ ନାହିଁରେ ଚାଲିଛି ଗଜପତି ଜିଲ୍ଲାର ଗୁଲୁବା ପଞ୍ଚାୟତ ହାଇସ୍କୁଲ.ଏଠାରେ ରୋଷେଇ ଶାଳା ନ ଥିବା ଯୋଗୁ ବିପଦ ପୂର୍ଣ୍ଣ ଭାବେ ପାଲ ତଳେ ପଡିଆରେ ଚାଲିଛି ରୋଷେଇ ଶାଳା. ଶିକ୍ଷାର ବିକାଶ ତଥା ବିଦ୍ୟାର୍ଥୀଙ୍କ ଉପଯୁକ୍ତ ଶିକ୍ଷା ଅଧୂକାର ପାଇଁ ସରକାର କୋଟି କୋଟି ଟଙ୍କା ବିଭିନ୍ନ ଯୋଜନା ଦ୍ୱାରା ବ୍ୟୟ କରି ଚାଲିଛନ୍ତି। କିନ୍ତୁ ଅବହେଳା ଯୋଗୁଁ ଉପାନ୍ତ ତଥା ପ୍ରଶାସନିକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାସେବା ପାଇବାରୁ ବଞ୍ଚିତ ରହୁଛନ୍ତି। ଏଭ ଏଭଳି ସମସ୍ୟା ଦେଇ ଗତି କରୁଛି ଗଜପତି ଜିଲ୍ଲା ମୋହନା ବ୍ଲକର ଗୁଲୁବା ପଞ୍ଚାୟତ ହାଇସ୍କୁଲ.୧୯୯୪ ମସିହାରେ ସ୍ଥାପିତ ଏହି ହାଇସ୍କୁଲରେ ୯ ମ ଏବଂ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ୧୭୦ ଜଣ ଛାତ୍ରଛାତ୍ରୀ I କିନ୍ତୁ ବିଦ୍ୟାଳୟରେ ଲାଗି ରହିଥିବା କିଛି ସମସ୍ୟା ଯୋଗୁଁ ଶିକ୍ଷା ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟର ଛାତ୍ରାବାସରେ ୧୦୦ ଜଣ ଛାତ୍ର ରହୁଛନ୍ତି। ମଙ୍ଗଳ ବିଭାଗ ପକ୍ଷରୁ ସେମାନଙ୍କୁ କେବଳ ପାଠପଢ଼ା ନିମନ୍ତେ ଷ୍ଟାଇପେଣ୍ଟ ଯୋଗାଇ ଦିଆଯାଉଛି, କିନ୍ତୁ ହଷ୍ଟେଲ ଗୃହ ନ ଥିବା ଯୋଗୁଁ ବିଦ୍ଯାଳୟର ପୁରାତନ କୋଠାକୁ ଛାତ୍ରାବାସ ଭାବେ ବ୍ୟବହାର କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଅଳ୍ପ ବର୍ଷାରେ ହଷ୍ଟେଲ ଗୃହ ଟିଣରୁ ପାଣି ଗଳୁଛି। ହଷ୍ଟେଲ ନିମନ୍ତେ ଶୌଚାଳୟ ନାହିଁ ଏବଂ ୱଡେନ୍ ପଦ ଖାଲି ପଡ଼ିଛି I ବିଦ୍ୟାଳୟ ମଧ୍ଯରେ ୫ଟି ମାଧ୍ୟମରେ ନୂତନ କୋଠା ଏବଂ ଅତ୍ୟାଧୁନିକ ବିଜ୍ଞାନ ଲ୍ୟାବ୍ ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ ନ ନହେବା ଯୋଗୁଁ କୋଠା ଏବଂ ଲ୍ୟାବ୍ କାର୍ଯ୍ୟକ୍ଷମ ହୋଇପାରୁନି । ବିନା ବିଦ୍ୟୁତରେ ପାଠ ପଢ଼ୁଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ର. ସ୍କୁଲରେ ୬ ଜଣ ଶିକ୍ଷକ ନିୟୋଜିତ ହୋଇଥିବା ବେଳେ ସିବିଜେଡ ଏବଂଟିଜିଟି ଶିକ୍ଷକ ପଦ ଖାଲିପଡ଼ିଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଦ୍ୟାଳୟରେ ପାଚେରୀ ମଧ୍ୟ ନାହିଁ | ଫଳରେ ଅସାମାଜିକ ବ୍ୟକ୍ତି ଏବଂ ଗାଈଗୋରୁ ବିଦ୍ୟାଳୟ ମଧ୍ୟକୁ ପଶିଆସି ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରୁଛନ୍ତି। ରୋଷେଇ ଘର ନ ଥିବା ଯୋଗୁଁ ଜରିପାଲ ତଳେ ବୁଲାକୁକୁରଙ୍କ ଗହଣରେ ରୋଷେଇ କରାଯାଉଛି। ରୋଷେୟା ନ ଥିବା ଯୋଗୁଁ ଗ୍ରାମର ଜଣେ ବ୍ୟକ୍ତି ଅସ୍ଥାୟୀ ଭାବେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି। ଷ୍ଟୋର ରୁମ୍ ମଧ୍ଯ ବିଦ୍ୟାଳୟରେ ନାହିଁ | ନାହିଁ ନାହିଁରେ ଚାଲିଛି ଗୁଲୁବା ପଞ୍ଚାୟତ ହାଇସ୍କୁଲ ବୋଲି ଅଭିଯୋଗ ହେଉଛି। ଲାଗିରହିଥିବା ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ବାରମ୍ବାର ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି। କିନ୍ତୁ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରିନାହାନ୍ତି I Categories: ଓଡ଼ିଶା, ଗଜପତି, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026