ଆଜି ଢେଙ୍କାନାଳରେ ୪୦ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶା ତାଜା ନିଉଜ (୧୬ ଅଗଷ୍ଟ ରବିବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ପୁଣି ୪୦ ଜଣ ଆକ୍ରାନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଭୁବନ ଏନ୍ ଏ ସି ରୁ ୨୧ ଜଣ ଚିହ୍ନଟ ହୋଇଥିବାବେଳେ ଭୁବନ ବ୍ଲକର ଓଢଣରୁ ୨ ଜଣ ଏବଂ ମାର୍ଥାପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କାମାକ୍ଷାନଗର NAC ରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚା ପଡାରୁ ୯ ଜଣ ଏବଂ ଢେଙ୍କାନାଳ ପୌରାଞ୍ଚଳର ମୀନା ବଜାରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୩୦ ଜଣ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୯ ଜଣ ହୋମ୍ କ୍ଵାରେଣ୍ଟାଇନରେ ଥିବାବେଳେ ଚିହ୍ନଟ ହୋଇଛନ୍ତି ଏବଂ ଜଣେ ଆକ୍ରାନ୍ତ ଏସ୍ ସି ବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି।

ସମସ୍ତ ଆକ୍ରାନ୍ତଙ୍କୁ ଲକ୍ଷଣ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ ଓ ଗୋବିନ୍ଦପୁର ହେଲଥ୍ ସେଣ୍ଟର କୁ ପଠାଯାଇଛି ଏବଂ ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି।

ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୯୦୩ ଜଣ ଆକ୍ରାନ୍ତ ଚିହ୍ନଟ ଥିବାବେଳେ ୫୦୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏବଂ ଜଣେ ମୃତ୍ୟୁବରଣ କରିଥିବାବେଳେ ୪୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।ରିପୋର୍ଟ (ଅମର ରଞ୍ଜନ ଦାସ, ଢେଙ୍କାନାଳ)

Exit mobile version