୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଅର୍ବାନ ହାଟ ଠାରେ ଆରମ୍ଭ ହୋଇ ଥିବା ରାଜ୍ୟ ସ୍ତରୀୟ ବିକାଶ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଗୋଟିଏ ଷ୍ଟଲ ପ୍ରଦର୍ଶିତ ହେଉଛି । ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଙ୍କ ତତ୍ତ୍ୱାବଧାନରେ ଏହା ପ୍ରଦର୍ଶିତ ହେଉଛି । ଏହାକୁ ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନା କରୁଛନ୍ତି ।
