୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭରତପୁର ଥାନା ପୀଡ଼ିତ ମେଜର ଗୁରୁବଂଶ ଏବଂ ପୀଡ଼ିତା ଅଙ୍କିତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦାବିରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଅପର ପିଏମଜି ଠାରେ ଅବସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା । ଯୁବ କଂଗ୍ରେସ ପକ୍ଷରୁ ମୋହନ ମାଝୀଙ୍କ ସରକାରୀ ବାସଭବନକୁ ପଚାଅଣ୍ଡା ଓ ବିଲାତି ନିକ୍ଷେପ କରାଯାଇଥିଲା । ଶତାଧିକ ଯୁବ କଂଗ୍ରେସ କର୍ମୀମାନେ ତିନୋଟି ପୋଲିସ ବାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଗ୍ରସର ହେଉଥିବା ବେଳେ ସମସ୍ତଙ୍କୁ ବଳପୂର୍ବକ ଉଠାଇ ନେଇଥିଲା ।
