Home ଓଡ଼ିଶା କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅଧୀନରେ ଥିବା କେ. ଏମ. ଭଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମାୟାଧର ସାହୁଙ୍କ ନିର୍ଦେଶ ତଥା ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ପାତ୍ରଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ୱlବଧାନ କ୍ରମେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ (ସହ ସମ୍ପାଦକ ) ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାଶ (ଜେ. ଆର. ସି. ଅଫିସର ) ପ୍ରହ୍ଲାଦ ଶିଅଳ (ଜେ. ଆର. ସି., ଆର. ପି.)ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ l ତତ ପରେ ସମସ୍ତଙ୍କୁ ହେନରୀ ଡୁନlଣ୍ଟଙ୍କ ନୀତି ଓ ଆଦର୍ଶ ବିଷୟରେ ଶିକ୍ଷା ପ୍ରଦାନ କରି ମନକୁ ଆକୃଷ୍ଟ କରିଥିଲେ l ଏହି ଅବସରରେ ଯୁବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିଶ ଚନ୍ଦ୍ର ଦୀକ୍ଷିତ ଏବଂ ଯୋଡlମ୍ବ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହିଥିଲେ l ଉକ୍ତ ଅବସରରେ ପ୍ରାଥମିକ ଚିକିତ୍ସା ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା l ଏହା ପରେ ପିଲାମାନେ ନିଜେ ନିଜେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରାଥମିକ ଚିକିତ୍ସାର କୌଶଳ ମାନ ଦେଖାଇଥିଲେ lଏହା ଦ୍ୱାରା ପିଲାମାନଙ୍କର ସମାଜ ସେବା ପ୍ରତି ଆଗ୍ରହ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରାଯାଇଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026