କୋର୍ଟ ତତ୍ୱାବଧାନ ରେ SIT ତଦନ୍ତ ଦାବୀ ସହ; ବିଚାର ବିଭାଗୀୟ ତଦନ୍ତ ଦାବୀ କଲେ ନବୀନ ପଟ୍ଟନାୟକ
ପୁରୀ ରାଜଭବନ ଘଟଣା ରେ କୋହଳ ମନୋଭାବ ଅପରାଧ ପାଇଁ ଅନ୍ୟ ମାନଙ୍କୁ ଉତ୍ସାହିତ କରୁଛି.
ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିବା ଦ୍ୱାରା ଏଭଳି ଘଟଣା ବୃଦ୍ଧି ପାଉଛି
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନାଦିଆଗଲା ତାକୁ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣା କୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି.ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶ ର ବିବେକ କୁ ଦୋହଲାଇ ଦେଇଛି.ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି.
