୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବିଶ୍ବସ୍ତ ସୂଚନା ଉପରେ ଆଧାର କରି ଏବଂ ସିମିଲିପାଲ ରିଜର୍ଭ ଜଙ୍ଗଲ ମଧ୍ୟରେ ନିୟମିତ ପାଟ୍ରୋଲିଂ ସମୟରେ ସ୍ୱତନ୍ତ୍ର ଟାସ୍କ ପ୍ରୋଟେକସନ ଫୋର୍ସ (ଏସଟିପିଏଫ) ଏବଂ ଠାକୁରମୁଣ୍ଡା ୱାଇଲ୍ଡ ଲାଇଫ ରେଞ୍ଜର ବନ କର୍ମଚାରୀମାନେ ମୂଳ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ର ତୁମୁଳ ପୁର୍ତୀଙ୍କ ପୁଅ ଶ୍ରୀ ସୁଦର୍ଶନ ପୁର୍ତୀ (୩୬) ତାଙ୍କ ବେଆଇନ କାର୍ଯ୍ୟକଳାପ ସମୟରେ ଧନୁ ଓ ତୀର ସହିତ ଧରାପଡିଥିଲେ ।
