୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ସିମିଳିପାଳ ଅଭୟାରଣ୍ୟର ବାଙ୍ଗିରିପୋଷି ରେଞ୍ଜ ଅଧିନ ଥିବା ବାଲିଆଢିପା ଗ୍ରାମ ନିକଟରେ ଏକ ମୃତ ମାଈ ହାତୀ ଠାବ ହୋଇଛି । ଏହା ସ୍ଥାନୀୟ ଲୋକମାନଙ୍କ ନଜରକୁ ଆସିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା । ଗତ ରାତିରେ ଗୋଷ୍ଠୀରେ କିଛି ହାତୀ ଧାନ ଫସଲ ଖାଇବାକୁ ନିକଟସ୍ଥ ଜଙ୍ଗଲରୁ ଚାଷ ଜମିରେ ପହଞ୍ଚିଥିଲେ । ସେଥିରୁ ଗୋଟିଏ ମାଈ ହାତୀ ଅକାସ୍ମାତ୍ ମୃତ୍ୟୁ ମୁଖରେ ପଡ଼ିଥିଲା । ହାତୀଟିର ମୃତ୍ୟୁର କାରଣ ବିଷୟରେ ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ଅଧିକାରୀମାନେ ଗୋଟିଏ ସ୍ୱତନ୍ତ୍ର ଦଳ ନିଯୁକ୍ତ କରି ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର ସଠିକ କାରଣ ଏବଂ ସମୟ ଜାଣିବା ପାଇଁ ହାତୀଟିର ପୋଷ୍ଟମର୍ଟମ କରାଯିବ।
