୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଶାସ୍ତ୍ର ମତରେ”ପୁତ୍ରାର୍ଥେ କ୍ରିୟତେ ଭାର୍ଯା,ପୁତ୍ର ପିଣ୍ଡ ପ୍ରୟୋଜନମ୍”। ସାଂସାରିକ ଜୀବନର ପ୍ରାରମ୍ଭରେ ଅଧିକାଂଶ ଦମ୍ପତି ପୁତ୍ର ସନ୍ତାନର ପିତାମାତା ହେବାର ଅଭିଳାଷା ରଖନ୍ତି । ଜୀବନ ଜାକ ପିଲାମାନଙ୍କର ଲାଳନ ପାଳନ ସହିତ ସୁନ୍ଦର ସୁରକ୍ଷିତ ଭବିଷ୍ୟତ ପାଇଁ ସମସ୍ତ ସାମର୍ଥ୍ୟ ଲଗାଇ ଯଥା ସାଧ୍ୟ ପ୍ରଚେଷ୍ଟା ଜାରି ରଖନ୍ତି। କିନ୍ତୁ କେତେବେଳେ କେଜାଣି ଯୈ।ବନର ବାରାଣାସୀ ରେ ବିଚରଣ କରୁକରୁ ବୟସର ଅପରାହ୍ନ ଆସି ଉପନୀତ ହୋଇଯାଏ,ଆଉ ଧିରେଧିରେ ନିଜ ଅଜାଣତରେ ନିଜର ସବୁକିଛି ଆଉ କାହାର ହୋଇଯାଏ,ଆଉ ନିଜର ରକ୍ତ ସଂମ୍ପର୍କ ପାଖରେ ମୁହଁ ଲୁଚାଇ ଥରେ ନୁହେଁ ବରଂ ବାରମ୍ବାର ପରାସ୍ତ, ପରାଜିତ, ଲଜ୍ଜିତ,ଲାଞ୍ଚ୍ଛିତ ହୋଇ ଶେଷରେ ଜରାଜୀର୍ଣ୍ଣ ଶରୀର ଆଉ ଅତୀତର ସ୍ମୃତି ସମୁହକୁ ଭଙ୍ଗା ହୃଦୟରେ ଧରି ଆଜିର ଏ ଅଭିଯାନ ତାଙ୍କର ଜରାଶ୍ରମ ଅଭିମୁଖେ ।
୨ ପୁଅ,୨ ବହୁ ନାତି ନାତୁଣୀ ସଂସାର ତାଙ୍କର ଅନେକ ସମ୍ପର୍କ ର ଅନେକ ଛୋଟବଡ଼ ଫୁଲକୁ ଗୋଟିଏ ସ୍ନେହର ସୂତାରେ ଗୁନ୍ଥିବାର ସାରା ଜୀବନର ପ୍ରୟାସ ତାଙ୍କର, ବାରମ୍ବାର ନାନା ନିର୍ଯାତନାର ଶିକାର ହେଲାପରେ ମଧ୍ଯ ଏମାନଙ୍କୁ ଛାଡ଼ି ଯିବାର କଥା ବାରମ୍ବାର ପ୍ରତିବନ୍ଧକ ହୋଇ ତାଙ୍କର କଣ୍ଠ ବାଷ୍ପ ରୁଦ୍ଧ କରିଛି ଅଗଣିତ ଥର। ଆଜି କିନ୍ତୁ ସହିବାର ସବୁ ସୀମା ଟପିଲା ଆଉ ସହଧର୍ମିଣୀଙ୍କୁ ଧରି ବାରିପଦା ସହର ଅଭିମୁଖେ ଚାଲିଆସିଛନ୍ତି ବୃଦ୍ଧ ଦମ୍ପତି। ସମସ୍ତେ ଲେ ବି ପରିଣତ ବୟସରେ ବାରିପଦା ରାଜ ରାସ୍ତା ରେ ଖୋଜୁଛନ୍ତି କେଉଁଠି ଅଛି ଜରା ନିବାସ,କିଏ ଆଶ୍ରୟ ଟିକେ ଦେବ । ପୁଅ ବହୁ ର ନିର୍ଯ୍ୟାତନା ସହି ନ ପାରି ବାର ଦ୍ଵାର ବୁଲୁଛନ୍ତି ବୃଦ୍ଧା ଦମ୍ପତି, ଏଭଳି ଅବସ୍ଥାରେ ଜଣେ ବୃଦ୍ଧ ଦମ୍ପତି ଙ୍କୁ ଉଦ୍ଧାର କରିଛନ୍ତି ନାରାୟଣ ସେବା ସଂଘ,।ଏ ପରି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରରେ ।
