୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ସହିଦ ସ୍ମୃତି ଭବନ, ବାରିପଦା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ “ସ୍ପାକ” ସମାରୋହରେ ପାଳିତ ହୋଇ ଯାଇଅଛି. ଉଦଘାଟନି ଉତ୍ସବରେ ମୁକ୍ଷ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଓ ସନମ୍ମାନିତ ଅତିଥିଭାବେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଶ୍ରୀ ଶଶୀଧର ସିଂ, ଶ୍ରୀମତି ଦୀପ୍ତି ନାୟକ, ଜିଲ୍ଲା ବିଜ୍ଞାନ ଶିକ୍ଷକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ, ବାରିପଦାର ଅଦକ୍ଷ୍ୟ ଶ୍ରୀ ବିଭୁତି ଭୂଷଣ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ. ମଞ୍ଚାସିନ ଅତିଥିମାନେ ନିଜର ପିଲାଦିନର ସ୍ମୃତି ଚାରଣ କରିବା ସହିତ ପିଲା ମାନଙ୍କର ଭବିଷ୍ୟତ ଉତ୍ତରତର କାମନା କରିଥିଲେ.

