୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> କଳା ଓ ସଂସ୍କୃତିର ରାଜ୍ୟ ଓଡ଼ିଶା ହସ୍ତଶିଳ୍ପ ପାଇଁ ବିଶେଷ ପ୍ରସିଦ୍ଧ । ଓଡ଼ିଆ ହସ୍ତଶିଳ୍ପ କାରିଗରଙ୍କ ସୂକ୍ଷ୍ମ କଳା ଓ ନୈପୁଣ୍ୟ ଦେଶରେ ଓଡ଼ିଶା କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଅଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମୋଟ ୫୧ ଗୋଟି ହସ୍ତଶିଳ୍ପରେ, ୧.୬୦ ଲକ୍ଷରୁ ଉର୍ଦ୍ଧ କାରିଗର କାର୍ଯ୍ୟରତ। ହସ୍ତଶିଳ୍ପ କ୍ଷେତ୍ର ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେଉଅଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ଅଧିନସ୍ତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡ଼ିଶାର ହସ୍ତଶିଳ୍ପ କ୍ଷେତ୍ର ତଥା ହସ୍ତଶିଳ୍ପ କାରିଗରଙ୍କ ସର୍ବାଙ୍ଗୀନ ପ୍ରଗତି ପାଇଁ ସର୍ବଦା କାର୍ଯ୍ୟ କରିଆସୁଅଛି ।

