୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ୪ ର୍ଥ ଏନଟିପିସି ଜାତୀୟ ରାକିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୁରୀ ରେ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ର ଆୟୋଜନ ଏକ ସ୍ୱାଗତ ଯୋଗ୍ଯ ପଦକ୍ଷେପ ।

