୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଓଡିଶାରେ ଦୀର୍ଘ ବର୍ଷ ବ୍ୟବଧାନ ପରେ ପ୍ରଥମ କରି ମୋହନ ସରକାର ଆସିଥିବା ରୁ ବିଜେପି ତାର ଶହେ ଦିନ ପୂର୍ତ୍ତି ପୁରୀ ଠାରେ ପାଳନ କରିଛି l ଏହି ଅବସରରେ ସମସ୍ତ ଯୋଜନା ର ରୂପରେଖା ଉପସ୍ଥାପନା କରିଥିଲେ ମୋହନ ଚରଣ ମାଝି l ଏଥିମଧ୍ୟରୁ ତତ୍କାଳୀନ ସରକାର ଙ୍କ ଦ୍ଵାରା ପ୍ରଚଳିତ କିଛି ଯୋଜନା ର ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ବିରୋଧୀ କହୁଛନ୍ତି l ନୂତନ ଯୋଜନା ମଧ୍ୟରେ କେବଳ ସୁଭଦ୍ରା ଯୋଜନା କୁ ଛାଡିଦେଲେ ଅନ୍ୟ କିଛି ନାହିଁ ବୋଲି ଚର୍ଚ୍ଚା ହେଉଛି l
