Home ଓଡ଼ିଶା ବିଜେପି ଶାସନରେ ମହିଳା ବିପଦରେ – କଂଗ୍ରେସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମୋହନ ସରକାର ଏବେ ମଉନ ସରକାରରେ ପରିଣତ ହୋଇଛି ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମରେ ଓଡ଼ିଶା ଏବେ ଉତରପ୍ରଦେଶ ମୁହାଁ ମହିଳାଙ୍କୁ ଶୋଷଣ କରିବା ବିଜେପି ସରକାର ସଶକ୍ତିକରଣ ଭାବେ ବିଚାର କରୁଛି ରାଜ୍ୟରେ ପ୍ରତି ଲକ୍ଷେ ଲୋକରେ ୮୩ ଜଣ ପୋଲିସ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟକୁ ରିଟ୍ୱିଟ କରିବା ଛଡ଼ା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଅନ୍ୟ କୌଣସି କାମ ନାହିଁ ୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ସରକାର ୧୦୦ ଦିନର ସଫଳତା ବଖାଣୁଥିବା ବେଳେ, ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ, ଆଦିବାସୀ, ଦଳିତ, ନାବାଳିକା ଦୁଷ୍କର୍ମ, ପୋଲିସ ଅତ୍ୟାଚାର ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଉପରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ସୋନାଲି ସାହୁ କହିଥିଲେ ୧୦୦ ଦିନରେ ବିଜେପି ସରକାର ଅମଳରେ ମହିଳାମାନେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଗତ ସରକାରରେ ଦୁଷ୍କର୍ମ ମାତ୍ରା ବଢ଼ିଥିବା ବେଳେ ବର୍ତମାନ ସରକାରରେ ଗଣଦୁଷ୍କର୍ମ ଭଳି କୁତ୍ସିତ ଅପରାଧ ଏବେ ଚରମସୀମାରେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ଆଦିବାସୀ ହୋଇଥିବା ସତ୍ୱେ ଆଦିବାସୀ ମହିଳା ମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ । ଅନ୍ୟ ଅଣବିଜେପି ଶାସିତ ରାଜ୍ୟରେ ଘଟୁଥିବା ଅଘଟଣରେ ମୋହନ ମାଝୀ ଟ୍ୟୁଇଟ କରି ଦୁଃଖ ପ୍ରକାଶ କରୁଥିବା ବେଳେ ନିଜ ରାଜ୍ୟର ମହିଳାଙ୍କ ପାଇଁ ମୋହନ ସରାକର ମଉନ ସରକାର ସାଜିବା ଦୁର୍ଭାଗ୍ୟଜନକ ବୋଲି ସେ ପ୍ରକାଶ କରିଥିଲେ । ଢ଼େଙ୍କାନାଳରେ ଗଣଦୁଷ୍କର୍ମ, ସୁନ୍ଦରଗଡ଼ କୁତ୍ରାରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ, ନବରଙ୍ଗପୁର ତେନ୍ତୁଳିଖୁଂଟି ଥାନା ଅଂଚଳରେ ୧୦ ବର୍ଷର ଆଦିବାସୀ ନାବଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରକୁ ଭେଟିବା ତ ଦୁରର କଥା, ଦୁଃଖ ପ୍ରକାଶ ମଧ୍ୟ ନକରିବା ଉଦ୍ବେଗ ଜନକ । ସେ ଆହୁରି କହିଥିଲେ ମହିଳାଙ୍କୁ ଶୋଷଣ କରିବାକୁ ବିଜେପି ସରକାର ସଶକ୍ତିକରଣ ଭାବେ ବିଚାର କରୁଛି, ମୋହନ ସରକାର ମଉନ ସରକାରରେ ପରଣିତ ହୋଇଛି, ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମରେ ଓଡ଼ିଶା ଏବେ ଉତରପ୍ରଦେଶ ମୁହାଁ, ୧୦୦ ଦିନରେ ମହିଳାଙ୍କ ହତ୍ୟା ଓ ଆତ୍ମହତ୍ୟା ଏବେ ଚରମସୀମାରେ । ସେହିପରି ଦଳର ଅନ୍ୟତମ ନେତ୍ରୀ ଡ. ମନୀଷା ଦାସ ପଟ୍ଟନାୟକ ଜଣେ ସେନାଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କୁ ଭତରପୁର ଥାନାରେ ଥାନାଅଧିକାରୀ ଏବଂ ଅନ୍ୟକର୍ମଚାରୀଙ୍କ ବେପାରୁଆ ମନୋଭାବ ତଥା ବର୍ବରୋଚିତ ବ୍ୟବହାରକୁ କଡ଼ା ନିନ୍ଦା କରିବା ସହିତ ଅଙ୍କିତା ପ୍ରଧାନଙ୍କୁ ଯେଉଁଭଳି ଭାବରେ ଶାରୀରିକ ଓ ଯୌନ ନିର୍ଯ୍ୟାତନା ଦିଆଗଲା ତାହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ଦଳର ନେତ୍ରୀ ଶ୍ରୀମତୀ ଜୟଶ୍ରୀ ପାତ୍ର ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇ ମଧ୍ୟ ଏସବୁ ଘଟଣାରେ କିପରି ନିରବଦ୍ରଷ୍ଟା ସାଜିଛନ୍ତି ସେ ବିଷୟରେ ପ୍ରଶ୍ନ କରିଥିଲେ । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ରାଜ୍ୟ ସରକାର ଯଦି ଯତ୍ନଶୀଳ ନହୁଅନ୍ତି କିମ୍ବା ଦୋଷୀଙ୍କ ବିରୁଦ୍ଧରେ ତ୍ୱରିତ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ, ସବୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିଜେପି କାର୍ଯ୍ୟାଳୟ ମଧ୍ୟ ଘେରାଉ କରିବାକୁ ପଛାଇବ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି । Categories: ଓଡ଼ିଶା, ମହାନଗର, ହୋମ୍ Related Content କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି by Proprietor Abhimanyu Maharana August 16, 2026 ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ by Proprietor Abhimanyu Maharana August 16, 2026 ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026