୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏସ.ଏସ.ଡି ଖେଳ ପଡିଆ ଠାରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର ପ୍ରତେକ୍ଷ ତ୍ୱତାବଧାନରେଗଜପତି ଜିଲ୍ଲାସ୍ତରୀୟ ୨ ଦିନିଆ ସମୂହ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି ।ଏହି କ୍ରୀଡା ପ୍ରତିଯୋଗିତାରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏବଂ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ମିଳିତ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ଉପସ୍ଥିତ କ୍ରୀଡା ପ୍ରତିଯୋଗୀ ମାନଙ୍କୁ ପାଠ ପଢ଼ିବା ସହ ଖେଳ ଦିଗରେ ମଧ୍ୟ ଆଗକୁ ବଢ଼ିବାକୁ କହି ନିଷ୍ଠାର ସହ ଶୃଙ୍ଖଳିତ ଭାବେ ଯେ କୌଣସି ପ୍ରତି ଅଭ୍ୟାସ ଜାରୀ ରଖିଲେ ସେ ନିଶ୍ଚିତ ଭାବେ ସଫଳ ହୋଇପାରିବ ।

