୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> ସୁଭଦ୍ରା ଯୋଜନା କୁ ନେଇ ସରୁନି ଟେନସନ୍ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ଟଙ୍କା ପାଇବା ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର କିଛି ମହିଳା ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ଟଙ୍କା ପାଇଥିବା ବେଳେ ଅନେକ ମହିଳା କେୱାଇସି ଅପଡେଟ୍ ହୋଇନଥିବା ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ହୋଇଥିବା କାରଣରୁ ଟଙ୍କା ପାଇନଥିବା କୁହାଯାଉଛି ।
