୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ଶ୍ରୀକ୍ଷେତ୍ର ଶରଧାବାଲି ଠାରେ ନୂଆ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତି ପାଳନ କରିଛି l ଏଥିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ୧୦୦ ଦିନମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛୁ l ଆଗାମୀ ଦଶକ ହେବ ଭିତ୍ତିଭୂମି ନିର୍ମାଣର ଦଶକ l ଆଗାମୀ ୧୨ ବର୍ଷର କାଳଖଣ୍ଡରେ ସମୃଦ୍ଧ ଓଡିଶା ଗଠନ ହେବ|ପ୍ରଥମ ୫ ବର୍ଷରେ ଏହାର ମୂଳଦୁଆ ପଡିବ, ପ୍ରଥମ ୧୦୦ ଦିନରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି l ଆମ ପାଇଁ ଆମ ସଂକଳ୍ପ ପତ୍ର ଆମର ଧର୍ମଗ୍ରନ୍ଥ l

