୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସାରସକଣା :-> ସାରସକଣା ବ୍ଲକ ଅନ୍ତର୍ଗତ ପୋଖରୀଆ ଗ୍ରାମ ପଞ୍ଚାୟତ ନାରାନଡିହି ଗ୍ରାମରେ ଗ୍ରାମମୁଖ୍ଯ (ମାଝୀବାବା) ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ କରମ୍ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ରୀତିନୀତି ଅନୁସାରେ କରମ୍ ଗଛର ଡାଳକୁ ଆଣି ଗ୍ରାମର ନାୟକେ-ବାବା (ଦେହୁରୀ) ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ ଦ୍ୱାରା ପୂଜା କରାଯାଇଥିଲା, ଅର୍ଥାତ୍ କରମ୍ ଗଛର ଡାଳକୁ ହିଁ ଭଗବାନ ମାନି ପାଳନ କରାଯାଏ ।

