Home ଓଡ଼ିଶା ପ୍ରସ୍ତୁତି ବୈଠକ ନ ହୋଇ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ ମିଳିଲାନି ଖାଦ୍ୟ, ସାମ୍ବାଦିକ ମାନଙ୍କୁ ଅଣଦେଖା, ଯୋଗ ଦେଲେନି ନବନିର୍ବାଚିତ ଜନ ପ୍ରତିନିଧି ,ଏଭଳି କାର୍ଯ୍ୟ କୁ ଜନସାଧାରଣ ରେ ନିନ୍ଦା ଅବ୍ୟବସ୍ଥା ରେ ହୋଇଥିଲା କାର୍ଯ୍ୟକ୍ରମ ୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : -> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଥିବା ହାଇସ୍କୁଲ ପଡ଼ିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ହୋଇଥିଲା। ଏଲିସିଡି ମାଧ୍ୟମରେ ପ୍ରଧାନନ୍ତ୍ରୀଙ୍କ ସିଧାସଳଖ କାର୍ଯ୍ୟକ୍ରମକୁ ସୁଭଦ୍ରା ହିତାଧିାରୀମାନେ କାର୍ଯ୍ୟକ୍ରମ ଦେଖିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା,ଜିଲ୍ଲା ପରିଷଦ ସଭ୍ୟା ଯୋଗ ଦେଇନଥିଲେ। ପ୍ରଶାସନ ତରଫରୁ ବିଡିଓ ସାମ୍ବାଦିକ ମାନଙ୍କୁ କାଯ୍ୟକ୍ରମରେ ଯୋଗଦେବା ପାଇଁ ଚିଠି କରି ଥିଲେ କିନ୍ତୁ ପରିତାପର ବିଷୟ ସାମ୍ବାଦିକ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ସେମାନେ ବସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଯାହା ଫଳରେ ସାମ୍ବାଦିକ ଭାଇ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ଅନ୍ୟପଟେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ମାନଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟ ନପାଇବାରୁ ନିରାଶରେ ମହିଳା ଘରକୁ ଫେରିବା ଦେଖିବାକୁ ମିଳଥିଲା । ଏଥିରୁ ସ୍ପଷ୍ଟ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ପାଇଁ ଆସିଥିବା ୫ ଲକ୍ଷ ଟଙ୍କା କିଭଳି ବିନିଯୋଗ ହୋଇଛି। ନା ହୋଇଥିଲା ପ୍ରସ୍ତୁତି ବୈଠକ ନା ଆସିଥିଲେ ଜନ ପ୍ରତିନିଧି । ଏଭଳି ଘଟଣାକୁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ନିର୍ବାଚିତ ଜନ ପ୍ରତିନିଧି ଏବଂ ଜନ ସାଧାରଣ ରେ ଦୃଢ ନିନ୍ଦା କରାଯାଇଛି । ଏଭଳି ଦାୟିତ୍ଵହୀନତା କାର୍ଯ୍ୟ କୁ ଚାରିଆଡ଼େ ଚର୍ଚ୍ଚା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026