Home ଓଡ଼ିଶା ଗଜପତି ଜିଲ୍ଲାରେ ବହୁ ଚର୍ଚ୍ଚିତ କାଳୀଦାସ ପ୍ରଧାନ ହତ୍ୟା ମାମଲାରେଭାସ୍କରବିଶ୍ୱାଳକୁ ଆଜୀବନ ଦଣ୍ଡାଦେଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ବହୁଚର୍ଚ୍ଚିତ ଗୋଷାଣି ବ୍ଲକ ଯାଜପୁର ଗ୍ରାମର କାଳୀଦାସ ପ୍ରଧାନ ହତ୍ୟା ମାମଲାର ସୋମବାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଦଫା ୩୦୨ ଏବଂ ଦଫା ୨୦୧ରବିଚାରଣା କରି ଅଭିଯୁକ୍ତ ଭାସ୍କର ବିଶ୍ୱାଳ (୪୩) ଙ୍କୁ ଦଫା ୩୦୨ ପ୍ରକାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିନାମା କରିଛନ୍ତି। ଜରିମାନା ଆଦାୟ ନ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହା ସହ ଦଫା ୨୦୧ ପ୍ରକାରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ବାବଦକୁ ୫ ହଜାର ଟଙ୍କା ପୈଠ କରିବାରେ ଖିଲାଫ କଲେ ୩ ମାସ ଅଧିକ ଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଭାସ୍କର ବିଶ୍ଵାଳଙ୍କ ଦୁଇଜଣ ସହଯୋଗୀ ପ୍ରଭାକର ପ୍ରଧାନ ଓ ଛବିଳ ସ୍ୱାଇଁ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛନ୍ତି । ୧୧ ଜଣ ସାକ୍ଷୀ, ୧୯ ବିଭିନ୍ନ ଦସ୍ତାବିଜକୁ ତର୍ଜମା କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସାମଲ ଏହି ରାୟ ପ୍ରକାଶ କରିଥିଲେ. ଘଟଣାରୁ ପ୍ରକାଶ ଯେ ମୁଦାଲା ଭାସ୍କର ବିଶ୍ଵାଳ ଓ ମୃତ କାଳୀଦାସ ପ୍ରଧାନଙ୍କ ମଧ୍ୟରେ ଏକ ଗୁପ୍ତ ସମ୍ପର୍କକୁ ନେଇ ତିକ୍ତତା ଲାଗି ରହିଥିଲା । କାଳୀଦାସ ପ୍ରଧାନଙ୍କୁ ମାରିବା ସକାଶେ ତାର ସହଯୋଗୀଙ୍କ ମାଧ୍ୟମରେ ଗତ ୨୦୨୦ ମସିହା ଜାନୁଆରୀ ୮ ତାରିଖ ଦିନ ରାତି ୧୦ ଘଣ୍ଟା ସମୟରେ ଘରୁ କୌଶଳ କ୍ରମେ ଡକାଇଥିଲେ। ପରବର୍ତ୍ତୀ ସମୟରେ କାଳୀଦାସଙ୍କୁ ମାରି ତାହାକୁ ଏକ ଦୁର୍ଘଟଣା ଜନିତ ଘଟଣା ରୂପ ଦେଇଥିଲେ ଆସାମୀ ଜଣକ ଚାଲାକି କରି ମୃତକଙ୍କ ବାପାଙ୍କୁ ନେଇ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦାଖଲ କରାଇଥିଲେ l ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କାଳୀଦାସଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସହଯୋଗୀଙ୍କ ସହାୟତାରେ ଦେଇଥିଲେ। ନେଇ ପୋଡି ଯାଜପୁର ଗ୍ରାମରେ କାଳୀଦାସଙ୍କ ମୃତଦେହ କାହିଁକି ଡାକ୍ତରଖାନାରୁ ସିଧାସଳଖ ମଶାଣିରେ ଦାହ କରାଗଲା ବୋଲି ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତେଜନା ପରେ ମୁଦାଲା ଭାସ୍କର ବିଶ୍ଵାଳ ଜାଣିପାରି ବିଶ୍ବସ୍ତ ଲୋକଙ୍କ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବା ବେଳେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଥିଲା। ଏହାପରେ ମୃତକଙ୍କ ଭାଇ ରାଜା ପ୍ରଧାନଙ୍କ ଲିତ ଅଭିଯୋଗ ପରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ହତ୍ୟା ମାମଲାରେ ପରିବର୍ତ୍ତନ ହୋଇ ତିନି ଜଣଙ୍କ ନାମରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲେ. ହେଲେ ୩ ବର୍ଷ ୮ ମାସ ପରେ ଦୋଷୀକୁ କୋୖର୍ଟ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026