୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> ଚାକିରି ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇ ର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନଓ ଲିଲିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗ ପ୍ରକାରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକ (ଜିତ୍)କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଗିରଫ କଲା ସାରଙ୍ଗଡ଼ ପୋଲିସ୍ । ଏଥିସହିତ ଦୁଇ ସହଯୋଗୀ କନ୍ଦର୍ପ ନାୟକକୁ ସାରଙ୍ଗଡ଼ରୁ ଗିରଫ କରିଥିବା ବେଳେ ଜ୍ୟୋତିପ୍ରକାଶ ଦଣ୍ଡସେନାକୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ଼ ପୋଲିସ୍ ।
