ଖୁଦୁରୁକୁଣୀ କମିଟି ର ସାଂସ୍କୃତିକ ଵିଚିତ୍ରା

୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ନିକଟସ୍ଥ ମୋରାମୋରି ପଞ୍ଚାୟତ ର କନ୍ଧ ଆମ୍ବ ଝର ଗ୍ରାମର ମା ଵାଉତି ଖୁଦୁରୁକୁଣୀ କମିଟି ଆନୁକୂଲ୍ୟରେ ଉତ୍ସବ ର ଉଦ୍ ଯାପନ ପର୍ବ ଉପଲକ୍ଷେ ଏକ ସାଂସ୍କୃତିକ ଵିଚିତ୍ରା ଅନୁଷ୍ଠିତ ହୋଇ ଯାଇଛି । ମୁକ୍ତାକାଶ ମଞ୍ଚରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ମାନ୍ୟଗଣ୍ୟ ଅତିଥି ଭାବେ ଶିଵୁ ପ୍ରଧାନ, ଧ୍ରୁବ ଚରଣ ଚହଟ୍ଟରାୟ,,ଗଗନ ପ୍ରଧାନ,ବୁଲୁ ମାନସିଂହ,ଗୋଲକ ଜେନା,

ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଖୁଦୁରୁକୁଣୀ ପର୍ବ ମହାତ୍ମ୍ୟ ଉପରେ ଉଦ୍ ଵୋଧନ ଦେଇଥିଲେ। କମିଟି ର ସଭ୍ୟା ଗୀତାଞ୍ଜଳି ବିଶୋଇ, ରଶ୍ମିତା ଘଟଉଆରଈ, ସୁମିତ୍ରା ମାଲ୍, ରଚନା ନାୟକ, ଇତିନା ସ୍ବାଇଁ ପ୍ରମୁଖ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ନ୍ରୃତ୍ୟ ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ମନୋରଞ୍ଜନ ନାୟକ, ଶ୍ରୀତମ ନାୟକ, ବର୍ଷା ସ୍ବାଇଁ,ଶ୍ରାବଣୀ ପ୍ରଧାନ,ଲିଜା ମାଲ୍, ପୂଜା ମାଲ୍, ଶୁଭଶ୍ରୀ ମାଲ୍,ଟୁଇଙ୍କଲ୍ ଘଟୁଆରୀ ପ୍ରମୁଖ ସହାୟତା କରିଥିଲେ ।

Exit mobile version