ଶହେ ଦିନର କାର୍ଯ୍ୟରୁ ସ୍ପଷ୍ଟ, ରାଜ୍ୟର ପ୍ରଗତି ଦୁଇ ପାଦ ପଛକୁ ଯିବ
ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଓ ସୁଭଦ୍ରା ଯୋଜନାରେ ପ୍ରତିଶୃତିରେ ପ୍ରତାରଣା।
କେନ୍ଦ୍ର ସରକାରଙ୍କ ୨୦୨୨ ସୁଦ୍ଧା ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତର ପ୍ରତିଶ୍ରୁତି ପାଣିର ଗାର।
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶହେ ଦିନର ବିଫଳତା ଗୁଡିକ ଉପରେ ଆଲୋକପାତ କରିଥିଲେ । ବିଜେପି ଦ୍ୱାରା ଦାବୀ କରାଯାଉଥିବା ବିଭିନ୍ନ ସଫଳତା ଉପରେ ମନ୍ତବ୍ୟ ଦେଇ ଶ୍ରୀ ସାହୁ କହିଥିଲେ, ଖଜୁରୀ ଗଛର କି ଗୁଣ ଗାଇବି ନା, ମୂଳରୁ ପାହାଚ ପାହାଚ। ତୁଳସୀ ଦୁଇ ପତ୍ରରୁ ବାସେ ପରି ରାଜ୍ୟ ସରକାରଙ୍କ ଶହେ ଦିନର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନର ବିଜେପି ସରକାରଙ୍କ ସମୟରେ ଓଡିଶାର ଵିକାଶ ଦୁଇ ପାଦ ପଛକୁ ଯିବ ।
