୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫିରିଙ୍ଗିଆ :–> ମନୁଷ୍ୟ ଅଧିକ ଦିନ ଧରି ମାନସିକ ଚାପ ରେ ରହିଲେ ତାହା ମାନସିକ ଅସୁସ୍ଥତା ଆଡକୁ ଗତି କରିଥାଏ । ଏହାର ସଠିକ୍ ପରିଚାଳନା କରିବାକୁ ହେଲେ ଚାପରେ ରହୁଥିବା ସମୟରେ ବ୍ୟବହାର ରେ ସକରାତ୍ମକ ଚିନ୍ତା ଆଣିବାକୁ ହେବ । ଏହିପରିପ୍ରେକ୍ଷି ରେ ବେସିକ୍ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଓ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲାର ଦୁଇଟି ଯଥା- ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ ର ୩୦ ଗୋଟି ପଂଚାୟତ ରେ ମାନସିକ ରୋଗି ଙ୍କୁ ଚିହ୍ନଟିକରଣ , ସେମାନଙ୍କ ର ଚିକିତ୍ସା ଓ ସ୍ଥାୟୀ ଜିବନଜିବିକା ନିମନ୍ତେ ଗୋଷ୍ଠିସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ବିକାଶ-ଉଗଐଊ କାର୍ଯ୍ୟକ୍ରମ ବିଗତ ତିନି ବର୍ଷ ହେବ କାର୍ଯ୍ୟକାରୀ ହୋଇଆସୁଛି ।
