୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ରାଜ୍ୟରେ ନକଲି ଶିକ୍ଷକଙ୍କ ତାଲିକା ବଢ଼ି ଚାଲୁଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଜଣେ ଶିକ୍ଷୟତ୍ରୀଙ୍କ କଳା କାରନାମା। ସୂଚନା ଅଧିକାର ଆଇନ ଖୋଲିଛି ଗୁପ୍ତ ରହସ୍ୟ । ଟାଙ୍ଗୀ ଚୌଦ୍ୱାର ବ୍ଲକ ଉଚ୍ଚପଦା ଗ୍ରାମପଞ୍ଚାୟତ ଅଧିନ ନିଶ୍ଚିନ୍ତା ଉ ପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ଶିକ୍ଷୟତ୍ରୀ ରିତାଞ୍ଜଳୀ ସାହୁ। ତାଙ୍କ ଶିକ୍ଷ୍ୟାଗତ ଯୋଗ୍ୟତା ଉପରେ ସନ୍ଦେହ କରି ଯାଜପୁର ଜିଲ୍ଲା କଣ୍ଟୀଗାଡ଼ିଆ ଶାନ୍ତିପୂରର ଛବି ପାତ୍ର, ସୂଚନା ଅଧିକାର ଆଇନ ବଳରେ ୪। ୭। ୨୩ରେ ମାଗିଥିଲେ ତଥ୍ୟ। ବ୍ଲକ ଶିକ୍ଷ୍ୟା ଅଧିକାରୀଣୀଙ୍କ କାର୍ଯ୍ୟାଳୟରୁ ଚିଠି ନମ୍ବର ୧୮୦ ତା୩। ୮।୨୩ରେ ଶିକ୍ଷୟତ୍ରୀଙ୍କ ସମସ୍ତ ଶିକ୍ଷା ଗତ ପ୍ରମାଣ ପତ୍ର ଯୋଗାଇ ଦିଆ ଯାଇଥିଲା । ଏଥିରେ ମାଟ୍ରିକ, ଯୁକ୍ତଦୁଇ, ସିଟି, ଜାତିଗତ ପ୍ରମାଣ ପତ୍ର ଓ ଶିକ୍ଷୟତ୍ରୀଙ୍କ ହାତ ଲେଖା ଦରଖାସ୍ତ ମିଳିଥିଲା।
