ଶିଶୁ ସୁରକ୍ଷା ଓ ବ୍ୟବସ୍ତା ସମ୍ପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :->  ଶିଶୁ ସୁରକ୍ଷା ଓ ବ୍ୟବସ୍ତା ଉପରେ ଏକା କର୍ମଶାଳା ଫୁଲବାଣୀ ବଚପନ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକର୍ମରେ ବଚପନ ଟ୍ରଷ୍ଟ ର ନିର୍ଦେଶକ ଅର୍ପିତା ପଟ୍ଟନାୟିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ସୁରକ୍ଷା ଓ ବ୍ୟବସ୍ତା ଉପରେ କନ୍ଧମାଳ ଜିଲାରେ ବଚପନ ଟ୍ରଷ୍ଟ ପକ୍ଷରୁ କଣ କଣ କାଯ୍ୟକର୍ମ କରାଯାଉଛି ଓ ଏ ଦିଗରେ କଣ ବ୍ୟବସ୍ତା ରହିଛି ଏହା ଉପରେ କହିଥିଲ l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସିଡବ୍ଲୁସି ଅଧକ୍ଷ ରଜତ କୁମାର ଦିଗଲ ସିଡବଲୁସି ସଦସ୍ୟ ସଦାଶିବ ପାତ୍ର, ପ୍ରସନ ବିଶୋଇ, ଏଲପିଓ ଅଭିରାମ କହଁର ଓ ସୁନୀଲ କୁମାର ପ୍ରଧାନ ପ୍ରଖର ସଂମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା ଓ ଥଇଥାନ ଉପରେ କହିଥିଲେ l

ହମାରା ବର୍‌ପନ୍‌ ଟ୍ରଷ୍ଟ୍ ଜୁନ୍ ୨୦୨୪ ଠାରୁ ବିଶେଷ କରି ଗ୍ରାମ ଏବଂ ସହରରେ ଅସୁରକ୍ଷିତ ଅବସ୍ଥାରେ ବା ପରିସ୍ଥିତିରେ ବସବାସ କରୁଥିବା ଶିଶୁମାନଙ୍କ ଜୀବନଶୈଳିରେ ସୁଧାର ଆଣି ସେମାନଙ୍କୁ ଏକ ସୁସ୍ଥ ନିରାପଦ ଶିଶୁଭିଭିକ ହିଂସା ମୁକ୍ତ ପରିବାର ବା ସମାଜରେ ବାସ କରିବା ଦିଗରେ କାର୍ଯ୍ୟ କରିଆସୁଅଛି । ଏହି ମୁଖ୍ୟ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ହମାରା ବଚପନ୍ ଟ୍ରଷ୍ଟ ବିଭିନ୍ନ ପ୍ରସଙ୍ଗ ଭିଭିକ କାର୍ଯ୍ୟକ୍ରମ ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ହାତକୁ ନେଇଛନ୍ତି । ସେଥିମଧ୍ୟରୁ ସଂସ୍ଥାରେ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ଭିଭିକରି ଜୁନ୍ ୨୦୨୪ ମସିହାରେ ହମାରା ବର୍‌ପନ୍‌ ଟ୍ରଷ୍ଟ୍ କେ.ଏସ୍. ସି.ଏଫ୍. ସହାୟତାରେ ଏକ ପ୍ରକଳ୍ପ ଜଷ୍ଟ ରାଇଟସ୍ ଫର୍ ଚିଲଡ୍ରେନ୍ (ଜେ.ଆର୍.ସି.) ପ୍ରାପ୍ତ କରିଅଛି ।

ଯାହାକି ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାରେ ଆରମ୍ଭ କରାଯାଇଅଛି । ଯେଉଁ ପ୍ରକଳ୍ପ ମାଧ୍ୟମରେ ହମାରା ବଚ୍‌ପନ୍‌ ଟ୍ରଷ୍ଟ୍ ଜିଲ୍ଲା ସ୍ତରରେ ଥିବା ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗ ତଥା – ସରକାରୀ ଅଧୁକାରୀ ଯେପରିକି ଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ କମିଟି, ପୋଲିସ୍, ସମ୍ମନ୍ନିତ ଶିଶୁ ଉନ୍ନୟନ ଅଧୁକାରୀ, ଶିକ୍ଷକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଅନ୍ୟାନ୍ୟ ଗ୍ରା:ପ ଏବଂ ଗ୍ରାମ୍ୟ ସ୍ତରୀୟ ଅଧିକାରୀ ତଥା ଭି.ଏଲ୍.ସି.ପି.ସି. ଙ୍କୁ ନେଇ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଯଥା– ବାଲ୍ୟ ବିବାହ, ଶିଶୁ ଶ୍ରମିକ ଏବଂ ଶିଶୁ ଋଲାଣ ଦିଗରେ କାର୍ଯ୍ୟ ଆରମ୍ଭ କରି ସେଥରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ଗୁଡିକରେ ଏହି ସବୁ ସମସ୍ୟା ଅଧୂକ ପରିଲିଖୁତ ହୋଇଥିଲା ଏବଂ ତତ୍‌ସହିତ ବିଭିନ୍ନ ବିଭାଗ ତରଫରୁ ବିଶେଷ ମତାମତ ଆସିଥିଲା ।

ସେହି ସବୁ ବ୍ଲକ୍ ଗୁଡିକୁ ପ୍ରାଧାନ୍ୟ ଦେଇ ସଂସ୍ଥା କାର୍ଯ୍ୟ ଆରମ୍ଭ କରିଅଛି । ସେହି ବ୍ଳକ୍ ଗୁଡିକ ହେଲା- କୋଟଗଡ, ଫିରିଙ୍ଗିଆ, ରାଇକିଆ ଏବଂ ଟିକାବାଲି । ଏତତ୍‌ବ୍ୟତୀତ ସଂସ୍ଥା ମଧ୍ୟ ପ୍ରତ୍ୟେକ୍ଷ ଭାବରେ ଜିଲ୍ଲାର ୧୦୦ଟି ଗ୍ରାମ ଏବଂ ୧୫ ଟି ଗ୍ରା:ପ ରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରକାରର ତାଲିମ =ସଚେତନତା କାର୍ଯ୍ୟକ୍ରମ, କର୍ମଶାଳା ଓ ଶିଶୁ କ୍ଲବ୍ ମାଧ୍ଯମରେ ବାଲ୍ୟ ବିହାର ପରି ଏକ ସାମାଜିକ- ବ୍ୟାଧକୁ ରୋକିବା ସହ ଅସୁରକ୍ଷିତ ବିପଦଶଂକୁଳ ପରିସ୍ଥିତିରେ ଥିବା ଶିଶୁକୁ ଉଦ୍ଧାର କରି ସେମାନଙ୍କ ଅଇଥାନ କରି ମୁଖ୍ୟ ସ୍ରୋତରେ ସାମିଲ କରିବା କାର୍ଯ୍ୟ କରିଚାଲିଛି l

Exit mobile version