୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କଟକ ସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ପୁରୀ ଜିଲ୍ଲା ଗସ୍ତରେ ଆସି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।ପରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ବିଭାଗର ସମ୍ମାନ ବୃଦ୍ଧି ରେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସରକାର ଙ୍କର ଏକ ପ୍ରମୁଖ ବିଭାଗ।ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରିବା ସହ ଯୋଜନା ଟି ଯେପରି ସାଧାରଣ ଲୋକଙ୍କ ହିତରେ ଲାଗି ପାରିବ ସେଥିପାଇଁ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ଦ୍ଵାରା ହିତାଧିକାରୀ ଟି ତାହାର ସୁଫଳ ପାଇଥାଏ ।

