ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ, କିନ୍ତୁ ୨୦ ସାଂସଦ ଜିତିଥିବା ଓଡ଼ିଶାକୁ ଅଣଦେଖା
ରାଜ୍ୟ ଖଣିଜ ଟିକସ ବିରୋଧରେ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିସିନ ପ୍ରତ୍ୟାହାର ପାଇଁ ଓଡ଼ିଶାର ବିଜେପି ସାଂସଦମାନେ ମୁହଁ ଖୋଲନ୍ତୁ
ଦେଲେ ୫ ହଜାର, ଲେଖିଲେ ୫୦ ହଜାର ; ପ୍ରତାରଣା ନୁହେଁ ତ ଆଉ କ’ଣ ?
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ବକ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ଶ୍ରୀଯୁକ୍ତ ଦାସବର୍ମା କହିଥିଲେ, ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆମ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବି କରିଆସୁଛି । ଏଥିପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ଆମ ସ୍ୱର ଉତ୍ତୋଳନ କରିଆସୁଛୁ । ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ଆମ ଦାବିକୁ କେବଳ ଉପସ୍ଥାପନା କରାଯାଇନି, ଓଡ଼ିଶା ବିଧାନସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସର୍ବଦଳୀୟ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରୁ ବିଜେପି ସରକାର ୨୧ରୁ ୨୦ ସାଂସଦ ହାସଲ କରିଥିବା ବେଳେ ଚଳିତ ବଜେଟ୍ରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ନୈରାଶ୍ୟଜନକ । 
