୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୁଖାଦ୍ୟ ର ସେବନ ଠିକ୍ ସମୟରେ କଲେ ଏହା ସୂପାଚ୍ୟ ହୋଇ ମନୁଷ୍ୟକୁ ସୂପୋଷିତ କରେ । କିନ୍ତୁ କାଳନ୍ତର ରେ ବିଜ୍ଞାନର ଅଗ୍ରଗତି ସହିତ ମନୁଷ୍ୟ ନିଜର ପାରମ୍ପରିକ ଖାଦ୍ୟ ଠାରୁ ଦୂରେଇ ଯାଇ ଏକ ଅବ୍ୟବସ୍ତିତ ଜୀବନଶୈଳୀ କୁ ଆପଣେଇ ନେଇଛନ୍ତି ପାଶ୍ଚତ୍ୟର ଆକର୍ଷଣ ରେ ସେମାନେ ଅନେକ ଜଙ୍କଫୁଡ, ଫାଷ୍ଟଫୁଡ ଯେପରିକି – ଚାଓମିନ, ପିଜା, ବର୍ଗର , ମୋମୋସ ଇତ୍ୟାଦି ସେବନ କରି ହୃଦରୋଗ , ଡାଇବେଟିସ, କିଡନୀ ରୋଗ ଆଦିରେ ଆକ୍ରାନ୍ତ ହେଉଛନ୍ତି ଏହା ସମଗ୍ର ମାନବଜାତି ଓ ଭାରତ ବର୍ଷ ପାଇଁ ଏକ ଅଭିଶାପ ପାଲଟି ଯାଇଛି। ଆମର ସଂସ୍କୃତ ରେ ଗୋଟିଏ ସୁନ୍ଦର କଥା ଟିଏ ଅଛି l ଅର୍ଥାତ୍ ଯେପରି ଅନ୍ନ/ଭୋଜନ ସେପରି ମନ ଏବଂ ସେପରି ତନ ମଧ୍ୟ ହୋଇଥାଏ । ପୋଷଣ ବିହୀନ ଖାଦ୍ୟ ଖାଇ ଆମର ଯୁବଗୋଷ୍ଠୀ ବିଭ୍ରାନ୍ତ ହୋଇ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ଏବଂ ଚିନ୍ତା ଅବଜାଦରେ ବୁଡି ରହିଛନ୍ତି ତେଣୁ ଭାରତ ବର୍ଷରେ କୁପୋପଣକୁ ଦୂର କରି ସୁସ୍ଥ ଭାରତ ଗଢ଼ିବା ନିମନ୍ତେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପୋଷଣ ଅଭିଯାନ 2018 ରେ ଆରମ୍ଭ କରିଥିଲେ ,
