Home ଓଡ଼ିଶା ସୁଭଦ୍ରା ଟଙ୍କା ମିଳିବ ବୋଲି ଦସ୍ତଖତ ବାହାନାରେ ମହିଳା ମାନଙ୍କୁ ହଇରାଣ କଲେ – ଅଙ୍ଗନୱାଡ଼ି କର୍ମୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବଡ଼ ପରଦାରେ ଉଦ୍ଘାଟନୀ ସଭା ପ୍ରଦର୍ଶନ ଯୋଜନା ଅଙ୍ଗନୱାଡି କର୍ମୀ ମାନେ ଘଣ୍ଟା ଘଣ୍ଟା ଧରି ବିଜେପି କାର୍ଯ୍ୟକ୍ରମରେ ମହିଳାଙ୍କୁ ଏକତ୍ରିତ କରିବାର ଆଳା ଦେଖାଇ ଦସ୍ତଖତ ବିନା ସୁଭଦ୍ରାଟଙ୍କା ମିଳିବନି ବୋଲି ମିଛ କହି ଭର୍ଚୁଆଲ ମିଟିଂ ରେ ନେଇ ବସେଇଥିବା କଥା ଏବେ ଆସିଛି ସାମ୍ନାକୁ ଯୋଉଠି ବିନା ଦସ୍ତଖତ ରେ ସୁଭଦ୍ରା ଯୋଜନାର ଟଙ୍କା ମହିଳା ମାନଙ୍କୁ ମିଳିଛି ସେଠି ଏପରି ମିଛ କହି ମିଟିଂରେ ହଜାର ହଜାର ମହିଳାଙ୍କୁ ଏକତ୍ରିତ କରିବାର କାରଣ କ’ଣ ବୋଲି ପ୍ରଶ୍ନ ଉଠୁଛି ? ୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କ ଜନ୍ମ ଦିନ ଅବସରରେ ସମଗ୍ର ରାଜ୍ୟରେ ଆଜି ସୁଭଦ୍ରା ଯୋଜନା ଉଦ୍ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଲକ୍ ପରିସରରେ ଭଚୁଁଆଲ୍ ମାଧ୍ୟମରେ ଏକ ବଡ଼ ପରଦାରେ ଉଦ୍ଘାଟନୀ ସଭା ପ୍ରଦର୍ଶନ କରାଯାଇଥିଲା ବେଳେ ସୁଭଦ୍ରା ଯୋଜନା ପଇସା ଦସ୍ତଖତ କଲେ ମିଳିବ ବୋଲି ମିଛ କହି ବିଜେପି ସଭାରେ ହଜାର ହଜାର ମହିଳାଙ୍କୁ ଏକତ୍ରିତ କରି ଅଙ୍ଗନୱାଡ଼ି କର୍ମୀ ଏଥିରେ ସାମିଲ୍ କରାଇଥିବା ଦେଖିବାକୁ ମିଳିଛି । ଏନେଇ ରଣପୁର ବ୍ଲକ୍ ଓ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ୍ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଜନୀରାଣୀ ପଟ୍ଟନାୟକ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଉପସ୍ଥିତ ଥିଲେ | ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧ ହେବା ପାଇଁ ‘ସ୍ଵଚ୍ଛତା ହିଁ ସେବା’ ଉଦ୍ଦେଶ୍ୟରେ ଉପସ୍ଥିତ ଜନତା ଶପଥ ନେଇଥିଲେ । ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମ ଦିବସ ଅବସରରେ ଉଦ୍ଘାଟିତ ସୁଭଦ୍ରା ଯୋଜନାକୁ ବଡ଼ପରଦା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ଦେଖିବା ପାଇଁ ସାଢ଼େ ୩ ହଜାର ମହିଳାଙ୍କ ସମାଗମ ହୋଇଥିଲା । ସମସ୍ତ ବିଭାଗର ପ୍ରଶାସନ ଅଧିକାରୀ, କର୍ମଚାରୀଙ୍କ ସମେତ ଜୀବିକା ମିସନ, ସ୍ବୟଂସହାୟିକା ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଆଦି ବିଭିନ୍ନ ସଂଗଠନର ମହିଳା ଉପସ୍ଥିତ ହୋଇଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026