ବଡଦାଣ୍ଡ ରେ ମାଳ ମାଳ ସପିଙ୍ଗ ମଲ ଦୁର୍ଘଟଣା ରେ ଆଘାତ ହେଉଛି ମୁଣ୍ଡ – ପ୍ରଶାସନ ର ଖୋଲୁନି ତୁଣ୍ଡ

ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବଡଦାଣ୍ଡ ରେ ଦିନକୁ ଦିନ ଅଧିକ ସଂକ୍ଷକ ସପିଙ୍ଗ ମଲ, ହୋଟେଲ, ଲଜିଙ୍ଗ, କ୍ଲିନିକ ଖୋଲିବା ଯୋଗୁଁ ଏତେବଡ ବଡଦାଣ୍ଡ ସଂକ୍ରିନ ହୋଇଯାଉଛି l ବଡଦାଣ୍ଡ ଉପରେ ଶହ ଶହ ବାଇକ, କାର, ଅଟୋ ରଖିବା ଯୋଗୁଁ ଦୁର୍ଘଟଣା ଘଟୁଛି l ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସବୁ ଦେଖି ତୁଣ୍ଡ ନ ଖୋଲିବା ଯୋଗୁଁ ସହରବାସୀ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ କଲବଲ ହେଉଛନ୍ତି l ବେପାରୀ ଙ୍କ ଦଖଲକୁ ଚାଲିଗଲାଣି ବଡ଼ଦାଣ୍ଡ । କିଏ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ର ପ୍ରଚାର କରିବା ପାଇଁ ହେଉ,କି ଗାଡି ରଖି ବା ପାଇଁ ହେଉ ମାଡି ବସୁଛନ୍ତି ବଡ଼ଦାଣ୍ଡ । କେଵଳ ବଡ଼ଦାଣ୍ଡ ନୁହେଁ ପୁରୀ ସହରର ସବୁ ଗଳି କନ୍ଦି ରାସ୍ତା ବି ଛୋଟ ବଡ଼ ବେପାରୀ ଙ୍କ ଦଖଲରେ ରହିଗଲାଣି ।

ରାସ୍ତା ଉପରେ ବେପାର କରିବା ଦ୍ୱାରା ସହରର ଜନସାଧାରଣ ଓ ପର୍ଯ୍ୟଟକ ,ଭକ୍ତ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି l ସହରରେ ଯେତେ ଗୁଡିଏ ବହୁତଳ ମାର୍କେଟ କମ୍ପ୍ଲେକ୍ସ ହେଇଛି ସେମାନଙ୍କର କାହାର ପାର୍କିଂ ଜାଗା ନାହିଁ l ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା ସମୟରେ ପୁରୀ କୋଣାର୍କ ଉନ୍ନୟନ ଅଥୋରୀଟି ପାଖରୁ ପ୍ଲାନ ର ଅନୁମତି ଆଣୁଛନ୍ତି l ସମସ୍ତଙ୍କର ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଅଂଚଳ ପ୍ଲାନ ରେ ଥିବା ବେଳେ ପ୍ରକୁତରେ ପାର୍କିଂ ପାଇଁ ଜାଗା ନାହିଁ l ମାତ୍ର ତାହାର ଉଲଂଘନ କରି ସେଠାରେ ସମସ୍ତେ ଦୋକାନ ଘର ନିର୍ମାଣ କରିଥିବା ଦେଖିବାକୁ ମିଳୁଛି l ପୁରୀ ପୌରପାଳିକା ,ନା ଜିଲା ପ୍ରଶାସନ ନା ପୋଲିସ ପ୍ରଶାସନ କେହି ଏହି ବେନିୟମ କାମ କୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି l

ପ୍ରକାରନ୍ତରେ ଏହି ବେନିୟମ କାର୍ଯ୍ୟ କୁ ପ୍ରସୟ ଦେଇଛନ୍ତି ।ଟ୍ରାଫିକ ହେଉ କି ପି. କେ. ଡ଼ି. ଏ ସବୁ ଚୁପ ରହିବା କାରଣରୁ କିଛି ଭିତିରିଆ ସଲ।ସୁତୁରା ଚାଲିଛି ବୋଲି ସହରରେ ଆଲୋଚନା ହେଉଛି l ଖାଲି ବଡ଼ଦାଣ୍ଡ ରେ ଥିବା ମାର୍କେଟ କମ୍ପ୍ଲେକ୍ସ ନୁହେଁ ବରଂ ସାହି ମାନଙ୍କରେ ଲଜିଙ୍ଗ,ହୋଟେଲ ବି ସର୍ବସାଧାରଣଙ୍କ ରାସ୍ତା ମାଡି ବସିଛନ୍ତି । ବଡ଼ଦାଣ୍ଡରେ ପ୍ରାୟ 20 ଟି ଉର୍ଦ୍ଧ୍ବ ବଡ଼ ବଡ଼ ସପିଂ ମଲ ସର୍ବସାଧାରଣଙ୍କ ପାଇଁ ଉଦିଷ୍ଟ ରାସ୍ତା ଉପରେ ବେନିୟମ ଗାଡି ପାର୍କିଂ କରୁଛନ୍ତି l ବିପୋଲିସ ,ଟ୍ରାଫିକ ,ଜିଲା ପ୍ରଶାସନ,ପୌରପାଳିକା, ପି. କେ. ଡ଼ି. ଏ କେହି ଏହାର ସ୍ଥାୟୀ ପ୍ରତିକାର ପାଇଁ ଚିନ୍ତା କରି ନାହାନ୍ତି l

ଗ୍ରାଣ୍ଡ ସେଣ୍ଟର, ସୂର୍ଯ୍ୟ କମ୍ପ୍ଲେକ୍ସ, ଶ୍ରୀହରୀ ଗ୍ରାଣ୍ଡ,ଵିଷ୍ଣୁ ଦର୍ଶନ, ଏମ ବଜ଼ାର, ନନ୍ଦିଘୋଷ ପ୍ଲାଜ଼ା,ଚନ୍ଦନ ବଜାର,ଏମ ବଜାର, ଗୁପ୍ତା ଇଲେକ୍ଟ୍ରୋନିକ୍ସ,ଭି. ମାର୍ଟ,ତ୍ରିମୂର୍ତୀ ହୋଟେଲ, ଖିମଜି ସୁନା ଦୋକାନ, ସହିତ ସହରରେ ଥିବା ମଣ୍ଡପ ଗୁଡିକ ମଧ୍ୟ ନିଜର ପାର୍କିଂ ସ୍ଥଳ ନ ରଖିବା ଫଳରେ ବିବାହ, ମାଙ୍ଗଳିକ କାର୍ଯ୍ୟ, ସଭା ସମିତି ସମୟରେ ସାଧାରଣ ଲୋକ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ପୋଲିସ ପ୍ରଶାସନ, ଜିଲା ପ୍ରଶାସନ, ପୌରପାଳିକା ଚୁପ ରହୁଥିବା ଅଭିଯୋଗ ହେଉଛି l ବାସିନ୍ଦା, ପର୍ଯ୍ୟଟକ,ଭକ୍ତ, ବୁଦ୍ଧିଜୀବି ଏହି ପ୍ରସଙ୍ଗ ରେ ତୁଣ୍ଡ ଖୋଲୁ ନାହାନ୍ତି l ଯୋଉ ବ୍ୟବସାୟିକ ପ୍ରତିଷ୍ଠାନ, ମଣ୍ଡପ,ହୋଟେଲ, ଲଜିଙ୍ଗମାନଙ୍କର ନିଜସ୍ୱ ପାର୍କିଂ ନାହିଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସାଧାରଣ ଜନତା ଦାବୀ କରିଛନ୍ତି ।

Exit mobile version