୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଭୁବନେଶ୍ୱର ତା. ୧୭.୯- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ପକ୍ଷରୁ ଶତାଧିକ ଯୁବ କଂଗ୍ରେସ କର୍ମୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ମୋଦୀଙ୍କ ଗସ୍ତକୁ ବିରୋଧ କରିବାକୁ ଯାଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ପୋଲିସ ରଣଜିତ ପାତ୍ର ଏବଂ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ରାଜ୍ୟ ଓ ଦେଶର ବେକାର ଯୁବକ ଯୁବତୀଙ୍କୁ ପ୍ରତାରିତ କରିଛନ୍ତି । ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି ନିର୍ବାଚନୀ ଇସ୍ତାହରରେ ପ୍ରତିଶ୍ରୁତି ଦେବାପରେ ୧୧ ବର୍ଷ ଧରି ପ୍ରତାରିତ କରିଚାଲିଛନ୍ତି ।

