ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ସୋମବାର ବିଳମ୍ବିତ ରାତିରେ କୋଣାର୍କ ଥାନା ଅଧୀନ ଶିମିଳି ଗ୍ରାମର କାଳନ୍ଦି ରାଉତ (୩୮) କୌଣସି କାରଣକୁ ନେଇ ଗତକାଲି ବିଳମ୍ବିତ ରାତିରେ କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାର ଇକୋ ରିଟ୍ରିଟ୍ ନିକଟରେ ଥିବା ଏକ ଝାଉଁ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

କୌଣସି କାରଣକୁ ନେଇ କାଳନ୍ଦି ଆତ୍ମହତ୍ୟା କରିଥିବାବେଳେ ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅପରପକ୍ଷେ ମୃତ ଦେହ ଝୁଲୁଥିବା ନେଇ ଖବର ପାଇବା ପରେ କୋଣାର୍କ ପୋଲିସ୍ ଘଟଣାସ୍ଥଳରେ ପଂହଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଥାନାଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି ।

Exit mobile version